ଫେସବୁକ୍ ଲଗଇନ୍ ବିବରଣୀ ଚୋରି ଅଭିଯୋଗରେ ପ୍ଲେ ଷ୍ଟୋରରୁ ପ୍ରାୟ ୨୫ଟି ଆଣ୍ଡ୍ରଏଡ ଆପ୍ ଅପସାରିତ

Advertisment
ଫେସବୁକ୍ ଲଗଇନ୍ ବିବରଣୀ ଚୋରି ଅଭିଯୋଗରେ ପ୍ଲେ ଷ୍ଟୋରରୁ ପ୍ରାୟ ୨୫ଟି ଆଣ୍ଡ୍ରଏଡ ଆପ୍ ଅପସାରିତ

Daily Express

ନୂଆଦିଲ୍ଲୀ : ଗୁଗୁଲ୍ ପ୍ଲେ ଷ୍ଟୋରରୁ ପ୍ରାୟ ୨୫ଟି ଆଣ୍ଡ୍ରଏଡ ଆପ୍ ଅପସାରିତ ହୋଇଛି। ଏହି ଆପ୍ସ ବ୍ୟବହାରକାରୀଙ୍କ ଫେସବୁକ୍ ଲଗଇନ୍ ବିବରଣୀ ଚୋରି କରୁଥିବା ସୂଚନା ରହିଛି । ସାଇବର ସିକ୍ୟୁରିଟି ଫାର୍ମ ଇଭିନା ଗୁଗୁଲକୁ ଚେତାବନୀ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ଆପଗୁଡିକ ଏକ ମାଲୱେର୍ ସହିତ ଆସିଥିଲା, ​​ଯାହାକି ଯେତେବେଳେ ଆପଣ ନିଜ ଫୋନରେ ବ୍ୟବହାର କରନ୍ତି ସେତେବେଳେ ଆପଣଙ୍କର ଫେସବୁକ୍ ଲଗଇନ୍ ବିବରଣୀଗୁଡିକର ରେକର୍ଡ ରଖିନିଏ | ଏହି ୨୫ଟି ଆପରେ ସମୁଦାୟ ୨ମିଲିୟନରୁ ଅଧିକ ଡାଉନଲୋଡ୍ ରହିଥିଲା ​​ଏବଂ ପ୍ରାୟତଃ ଫାଇଲ୍ ମ୍ୟାନେଜର୍, ଫ୍ଲାସ୍ ଲାଇଟ୍, ୱାଲପେପର ମ୍ୟାନେଜମେଣ୍ଟ, ସ୍କ୍ରିନସଟ୍ ଏଡିଟର୍ ଏବଂ ପାଣିପାଗ ଭଳି ସେବା ପ୍ରଦାନ କରୁଥିବା ଆପ୍ସ ଏପରି କାର୍ଯ୍ୟ କରୁଛି | ସାଇବର ସିକ୍ୟୁରିଟି ଫାର୍ମ ଇଭିନା ଅନୁଯାୟୀ ସେହି ୨୫ଟି ଆପ୍ସର ତାଲିକା  ଏହାର ୱେସାଇଟରେ ଉପଲବ୍ଧ ଅଛି ଏବଂ ଆପଣ ନିଜ ଫୋନରୁ ଏହାକୁ ଡିଲିଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଏହା ମଧ୍ୟରେ ଏନିମେ ଲାଇଭ୍ ୱାଲପେପର୍ସ, ପ୍ଲସ ୱେଦର, ଉକ୍ସିଆ ରିଡର, ସ୍କ୍ରିନସଟ୍ କ୍ୟାପଚର,କମ୍ପୋଜିଟ୍ ଜେଡ୍, ଫାଇଲ୍ ମ୍ୟାନେଜର, ସିନ୍ଥେଟିକ୍ ଜି, ଜଙ୍କ ଫାଇଲ୍ କ୍ଲିନିଙ୍ଗ, କ୍ଲାସିକ କାର୍ଡ ଗେମ୍, ଆକ୍ୟୁରେଟ୍ ସ୍କାନିଙ୍ଗ୍, ସୁପର ଫ୍ଲାସ୍ ଲାଇଟ୍,ପେଡୋ ମିଟର, ଭିଡିଓ ମେକର ଶ୍ରେଣୀର ଆପ୍ ରହିଛି। ଆଉ ଏହି ସବୁ ଆପ୍ ଲକ୍ଷ ଲକ୍ଷ ଥର ଡାଉନଲୋଡ୍ ହୋଇଛି। ଏହାକୁ ଫୋନରୁ ଡିଲିଟ୍ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe