୨୫% ଏଟିଏମ୍‌ ପ୍ରତି ଠକେଇ ବିପଦ

Advertisment
ଦେଶର ଅଧିକାଂଶ ଏଟିଏମରେ ଠକେଇର ଆଶଙ୍କା ରହୁଛି

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ଏଟିଏମ୍‌ଗୁଡ଼ିକରେ ବ୍ୟବହାର କରାଯାଇଥିବା ସଫ୍ଟଓୟାର୍‌ ବହୁତ ପୁରୁଣା ହୋଇଗଲାଣି। ତାହାକୁ ଅପ୍‌ଗ୍ରେଡ୍‌ କରିବା ପ୍ରତି ଧ୍ୟାନ ଦିଆଯାଉଛି। ଦୁର୍ବଳ ସଫ୍ଟଓୟାର୍‌ ବ୍ୟବହାର କରାଯାଇଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକର ୨୫% ଏଟିଏମ୍‌ ପ୍ରତି ଠକେଇ ବିପଦ ରହିଛି ବୋଲି ସରକାର ଅନୁମାନ କରୁଛନ୍ତି। ସଂସଦରେ ଆଲୋଚନା ବେଳେ ସରକାର ଏହି ସୂଚନା ଦେଇଛନ୍ତି। ଏଟିଏମ୍‌ଗୁଡ଼ିକରେ ସର୍ବନିମ୍ନ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ମଧ୍ୟ ଜଣାପଡ଼ିଛି। ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ପରିଚାଳନା ହେଉଥିବା ଏଟିଏମ୍‌ଗୁଡ଼ିକର ସ୍ଥିତି କ’ଣ ତାହା ଜଣାପଡ଼ିନାହିଁ। ଦେଶରେ ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍‌ ସଂଖ୍ୟା ଅଧିକ। ଏଟିଏମ୍‌ରେ ହେଉଥିବା ୭୦% କାରବାର ସରକାରୀ ବ୍ୟାଙ୍କର ଏଟିଏମ୍‌ରେ ହେଉଛି। ବଳକା କାରବାର ଘରୋଇ ବ୍ୟାଙ୍କ ଏଟିଏମ୍‌ କବ୍‌ଜାରେ ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକର ଉପସ୍ଥିତି ସାରା ଦେଶରେ ବଢ଼ିଥିଲେ ମଧ୍ୟ ଏଟିଏମ୍‌ ନେଟ୍‌ଓ୍ଵର୍କ ପ୍ରତି ସେମାନଙ୍କ ଯୋଗଦାନ ଏତେ ଅଧିକ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe