ରାତି ପାହିଲେ ବଜାରକୁ ଆସିବ ୧୨୫ଟଙ୍କିଆ ମୁଦ୍ରା ! ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

Advertisment
ରାତି ପାହିଲେ ବଜାରକୁ ଆସିବ ୧୨୫ଟଙ୍କିଆ ମୁଦ୍ରା ! ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ଆସନ୍ତା କାଲି ଅର୍ଥାତ୍‌ ଜୁନ୍‌ ୨୯ ତାରିଖରେ ୧୨୫ ଟଙ୍କିଆ ମୁଦ୍ରା ଜାରି କରିବାକୁ ଯାଉଛି। ଏହି ମୁଦ୍ରାକୁ ଭେଙ୍କେୟା ନାଇଡୁ ପି ସି ମହାଲନୋବିସ୍‌ଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇବାକୁ ୧୨୫ ଟଙ୍କିଆ ସ୍ମୃତି ମୁଦ୍ରା ଏବଂ 5 ଟଙ୍କିଆ ନୂଆ ମୁଦ୍ରା ଜାରି କରିବା ନେଇ ଗୁରୁବାର ସୂଚନା ଦେଇଛନ୍ତି। ମହାଲନୋବିସ୍‌ ଜୟନ୍ତୀକୁ ସାଂଖ୍ୟିକ ଦିବସ ରୂପେ ପାଳନ କରାଯାଇଥାଏ। ଏହି ସୂଚନା ଦେଇ ମନ୍ତ୍ରଣାଳୟ ଗୋଟିଏ ବୟାନ ଦେଲେ କି ଏହି ବର୍ଷ ସାଂଖ୍ୟିକ ଦିବସର ବିଷୟ ‘ଅଧିକାରୀ ସାଂଖ୍ୟିକରେ ଗୁଣବତ୍ତା ବିଶ୍ୱାସ’ ଅଛି।

ସୂଚନାଯୋଗ୍ୟ, ବିମୁଦ୍ରାୟନ ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରୂପରେଖ ବଦଳାଇ ଦିଆଯାଇଛି । ଅର୍ଥାତ୍‌ ବଜାରକୁ ନୂଆ ୫୦୦ ଓ ୨୦୦୦ଟଙ୍କିଆ ନୋଟ ପ୍ରବେଶ ହୋଇଛି। ଏହି ପରିବର୍ତ୍ତନ ପରେ ସରକାର ବଜାରରେ ନୂଆ ମୁଦ୍ରା ଆଣିବାର ପ୍ରସ୍ତୁତି କରୁଛନ୍ତି । ଆଜ୍ଞା ହଁ, ସରକାର ବଜାରରେ ୧୨୫ଟଙ୍କିଆ ମୁଦ୍ରା ପ୍ରବେଶ କରିବାକୁ ଯାଉଛନ୍ତି। ଏବେ ଭାରତରେ ସବୁଠାରୁ ଅଧିକ ମୂଲ୍ୟର ମୁଦ୍ରା ରୂପରେ ୧୦ଟଙ୍କିଆ ମୁଦ୍ରା ଚାଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe