୨୫୦ ସିସି ବାଇକ୍‌ ଆଣିବ ହାର୍ଲି-ଡେଭିଡ୍‌ସନ୍‌

Advertisment
୨୫୦ ସିସି ବାଇକ୍‌ ଆଣିବ ହାର୍ଲି-ଡେଭିଡ୍‌ସନ୍‌

ନୂଆଦିଲ୍ଲୀ: ହାର୍ଲି-ଡେଭିଡ୍‌ସନ୍‌ ବାଇକ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଏହି ଷ୍ଟାଇଲିସ୍‌ ବାଇକ୍‌ର ମାଲିକ ହେବାକୁ ଚାହୁଁଥିବା ଅନେକ ଭାରତୀୟଙ୍କ ସ୍ୱପ୍ନ ଖୁବ୍‌ଶୀଘ୍ର ପୂରଣ ହେବ। ସାଧାରଣତଃ ହାର୍ଲି-ଡେଭିଡ୍‌ସନ୍‌ ବାଇକ୍‌ଗୁଡ଼ିକର ଇଞ୍ଜିନ୍‌ କ୍ଷମତା ବହୁତ ଅଧିକ ରହୁଥିବା ବେଳେ ଦାମ୍‌ ଆକାଶଛୁଆଁ ରହିଥାଏ। ତେଣୁ ସାଧାରଣ ବର୍ଗର ଗ୍ରାହକମାନେ ହାର୍ଲି-ଡେଭିଡ୍‌ସନ୍‌ ବାଇକ୍‌ ପାଖରେ ପହଞ୍ଚି ପାରନ୍ତିନାହିଁ। ଏହି ସ୍ଥିତିରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଗ୍ରାହକଙ୍କ ପାଇଁ କଂପାନି ୨୫୦ ସିସିରୁ ୫୦୦ ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ ବାଇକ୍‌ ଉତ୍ପାଦନ କରିବ। ୨୦୨୨ ସୁଦ୍ଧା ସେସବୁ ବାଇକ୍‌ର ବିକ୍ରି ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ସେହି ବାଇକ୍‌ଗୁଡ଼ିକ ଆକାରରେ ଛୋଟ ଓ ହାଲୁକା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe