ଚାକିରି ଖୋଜୁଛନ୍ତି ଜେଟ୍ ଏୟାରୱେଜ୍‌ର ୨୬୦ ପାଇଲଟ୍, ସ୍ପାଇସଜେଟରେ ଆବେଦନ କଲେ

ଚାକିରି ଖୋଜୁଛନ୍ତି ଜେଟ୍ ଏୟାରୱେଜ୍‌ର ୨୬୦ ପାଇଲଟ୍, ସ୍ପାଇସଜେଟରେ ଆବେଦନ କଲେ

India Today

ମୁମ୍ବାଇ : ଦେଶର ଏକ ପ୍ରମୁଖ ଏୟାରଲାଇନ୍ସ ଜେଟ ଏୟାରୱେଜ୍‌ ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଏହାର ପାଇଲଟମାନେ ଗତ ୩ ମାସ ହେଲା ଦରମା ପାଇନାହାନ୍ତି । କମ୍ପାନି ବନ୍ଦ ହେବାର ସମ୍ଭାବନା ଥିବାରୁ ଏହାର ପ୍ରାୟ ୨୬୦ ଜଣ ପାଇଲଟ୍ ସ୍ପାଇସ ଜେଟ୍ ରେ ଚାକିରି ପାଇଁ ଆବେଦନ କରିଛନ୍ତି ।  ଏହା ପୂର୍ବରୁ ଇଣ୍ଡିଗୋ ମଧ୍ୟ ଜେଟ ପାଇଲଟମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ନିଜ ପାଇଲଟଙ୍କ ବିରୋଧ ଯୋଗୁଁ ତାହାକୁ ସ୍ଥଗିତ ରଖିଛି ।

ଅନ୍ୟପକ୍ଷରେ ଜେଟ୍‌ ଏୟାରୱେଜ୍‌ର ପାଇଲଟମାନେ ଆସନ୍ତା ଏପ୍ରିଲ ପହିଲାରୁ ବିମାନ ଉଡ଼ାଇବେ ନାହିଁ ବୋଲି ଧମକ ଦେଇଛନ୍ତି। କମ୍ପାନିକୁ ଉଦ୍ଧାର କରିବା ଯୋଜନା ଯଦି ବିଳମ୍ବିତ ହୁଏ ଚଳିତମାସ ଶେଷ ସୁଦ୍ଧା ସେମାନଙ୍କୁ ବେତନ ପ୍ରଦାନ କରା ନଗଲେ ‌ସେମାନେ ଧର୍ମଘଟ କରିବେ ବୋଲି କହିଛନ୍ତି। ଜେଟ ଏୟାରୱେଜ୍‌ର ଡୋମେଷ୍ଟିକ ପାଇଲଟ ସଂଘ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟ ପକ୍ଷରେ ଜେଟ୍‌ ଏୟାରୱେଜ୍‌ର ଅନେକ ବିମାନ ଠିଆ ହୋଇରହିଛି। ଏବେମାତ୍ର ୪୧ଟି ବିମାନ ଉଡ଼ୁଛି। ଜେଟ୍‌ ଏୟାରୱେଜ୍ ନିକଟରେ ଥିବା ୧୧୯ଟି ବିମାନ ମଧ୍ୟରୁ ଏକ ତୃତୀୟାଂଶ ଏବେ ଉଡ଼ୁଥିବାବେଳେ ଦୁଇ ତୃତୀୟାଂଶ ବିମାନ ଉଡ଼ୁନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି କୌଣସି ଅଗ୍ରଗତି ହେଉନାହିଁ। ଜେଟର ସ୍ଥିତି ଟଳମଳ ଅବସ୍ଥାରେ ରହିଛି। ଆଗାମୀ ସପ୍ତାହରେ ଏହାର ବିମାନ ଉଡ଼ାଣ ଆହୁରି କମିପାରେ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe