ମାଓବାଦୀ ଉପଦ୍ରୁତ ୬ ଜିଲ୍ଲାରେ ଲାଗିଲା ୨୮ଟି ୪ଜି ଟାୱାର

ରାଜ୍ୟରେ ୩.୩୨ କୋଟି ମୋବାଇଲ୍‌ ଗ୍ରାହକ: ଡିସେମ୍ବରରେ ବଢ଼ିଲେ ଲକ୍ଷେ ୧୫ ହଜାର

Newsupdatetimes

ଭୁବନେଶ୍ବର: ମାଓବାଦୀ ଉପଦ୍ରବ ଯୋଗୁଁ ଦୀର୍ଘ ଦିନ ପର୍ଯ୍ୟନ୍ତ ମୋବାଇଲ୍‌ ସେବାରୁ ବଞ୍ଚିତ ଥିବା କେତେକ ଅଞ୍ଚଳରେ ଦ୍ରୁତ ଗତିର ଇଣ୍ଟରନେଟ୍ ସୁବିଧା ଥିବା ୪ଜି ସେବା ପହଞ୍ଚିଛି। ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ୬ଟି ଜିଲ୍ଲାରେ ୨୮ଟି ୪ଜି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି। ‌ମାଲକାନଗିରିରେ ୧୬, ନୂଆପଡ଼ାରେ ୫, ରାୟଗଡ଼ାରେ ଚାରି ଏବଂ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଲେଖାଏଁ ୪ଜି ଟାୱାର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାର ଟେଲିକମ୍ ବିଭାଗ ଜରିଆରେ ୟୁଏସ୍‌ଓଏଫ୍‌ ଏଲ୍‌ଡବ୍ଲୁଇ ଫେଜ୍-୨ ପ୍ରକଳ୍ପ ଅଧୀନରେ ଏହି ଟାୱାରଗୁଡ଼ିକୁ ସ୍ଥାପନ କରାଯାଇଛି।

ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ଏକ ତଥ୍ୟରୁ ଜଣାପଡ଼ିଥିଲା ଯେ ରାଜ୍ୟର ୨,୭୯୨ଟି ଗ୍ରାମରେ ‌୪ଜି ସେବା ପହଞ୍ଚିନାହିଁ। କନ୍ଧମାଳରେ ୪୬୫, କୋରାପୁଟରେ ୨୭୦, ଗଜପତିର ୨୪୦, କଳାହାଣ୍ଡିରେ ୨୦୩, ରାୟଗଡ଼ାରେ ୨୦୩, ସୁନ୍ଦରଗଡ଼ରେ ୧୯୬, ଗଞ୍ଜାମରେ ୧୯୪, ମୟୂରଭଞ୍ଜରେ ୧୬୫, ନୟାଗଡ଼ର ୧୩୦, ବୌଦ୍ଧରେ ୧୧୫, ମାଲକାନଗିରିରେ ୧୦୨, ସମ୍ବଲପୁରରେ ୮୧, କେନ୍ଦୁଝରରେ ୮୦, ଅନୁଗୁଳରେ ୫୭ ଓ ଯାଜପୁରରେ ୪୧ ଗାଁରେ ୪ଜି ସଂଯୋଗ ନାହିଁ। ଅନ୍ୟ ଜିଲ୍ଲାଗୁଡ଼ିକରେ ଅଳ୍ପ ସଂଖ୍ୟକ ଗ୍ରାମରେ ୪ଜି ସେବା ପହଞ୍ଚିନଥିବା ଜଣାପଡ଼ିଥିଲା। ଅପହଞ୍ଚ ଗ୍ରାମଗୁଡ଼ିକରେ ୪ଜି ସେବା ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ୨୩,୩୧୭ କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe