୩ ସହରରେ ୨୦୦ କୋଟିର ବେପାର ସଂକଟରେ

Advertisment
୩ ସହରରେ ୨୦୦ କୋଟିର ବେପାର ସଂକଟରେ

Close up Businessman hand holding pen and pointing at financial paperwork with financial network diagram.

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗତକାଲି ଭୁବନେଶ୍ବର ସମେତ କଟକ ଏବଂ ଭଦ୍ରକ ସହର ପାଇଁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁଁ ଏସବୁ ସହରରେ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀମାନେ ମଧ୍ୟ ସେମାନଙ୍କ ଦୋକାନ ବନ୍ଦ ରଖିଛନ୍ତି। ଡାଲି, ଚାଉଳ, ତେଲ ଆଦି ବିକ୍ରି କରୁଥିବା ତେଜରାତି ଦୋକାନୀଙ୍କ ଠାରୁ ଆରମ୍ଭ କରି ମାଛ, ମାଂସ ଏବଂ ପନିପରିବା ଦୋକାନ ବନ୍ଦ ରହିଛି। ଏଥିଯୋଗୁଁ ଏହି ୩ଟି ସହରରେ ଦିନକୁ ପ୍ରାୟ ୭୦ରୁ ୮୦ କୋଟି ଟଙ୍କାର ବେପାର ବନ୍ଦ ହୋଇଯାଇଛି। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏ ବାବଦରେ ଏହି ୩ଟି ସହରରେ ପ୍ରାୟ ୨୦୦ କୋଟି ଟଙ୍କାର ବେପାର ଠପ୍ ହୋଇଯିବ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ତାଙ୍କ କହିବାନୁଯାୟୀ, ଏହି ୩ଟି ସହରରେ ପ୍ରତିଦିନ ପାଖାପାଖି ୮୦ କୋଟି ଟଙ୍କାର ବେପାର ହୋଇଥାଏ। ତେଣୁ ବ୍ୟବସାୟୀମାନଙ୍କ ଦୋକାନ ବନ୍ଦ ରହିବ କାରଣରୁ ଦୋକାନୀମାନେ ମଧ୍ୟ କ୍ଷତି ସହିଛନ୍ତି। ବ୍ୟବସାୟୀଙ୍କ ଲାଭକୁ ଯଦି ୫ ପ୍ରତିଶତ ବୋଲି ହିସାବ କରାଯାଏ ତା‌‌ହେଲେ ଏମାନେ ଦିନକୁ ପ୍ରାୟ ୪ କୋଟି ଏବଂ ୪୮ ଘଣ୍ଟାର ବିକ୍ରି ବା ଶୁକ୍ରବାର ସନ୍ଧ୍ୟାଠାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ପ୍ରାୟ ୧୦ କୋଟି ଟଙ୍କାର ଲାଭ ହରାଇବେ ବୋଲି ‌ଶ୍ରୀ ପଣ୍ଡା ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe