୧୪ ଲକ୍ଷ ଟଙ୍କାର ଗାଡି ଉପରେ ୩ ଲକ୍ଷ ଟଙ୍କାର ରିହାତି ଦେବେ ସରକାର

Advertisment
୧୪ ଲକ୍ଷ ଟଙ୍କାର ଗାଡି ଉପରେ ୩ ଲକ୍ଷ ଟଙ୍କାର ରିହାତି ଦେବେ ସରକାର

photo-digit

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ଗୁରୁବାର ଦିନ 'ସୁଇଚ୍ ଦିଲ୍ଲୀ' ଅଭିଯାନ ଆରମ୍ଭ କରିଥିଲେ | 'ସୁଇଚ୍ ଦିଲ୍ଲୀ' ଅଭିଯାନରେ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ବୈଦ୍ୟୁତିକ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି କ୍ରୟ ଉପରେ ବ୍ୟାପକ ସବସିଡି ଯୋଜନା କରିଛନ୍ତି, ଏହା ବ୍ୟତୀତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରାଯାଇଛି। ତେବେ ଜାଣନ୍ତୁ ସରକାର ଲାଗୁ କରିବାକୁ ଥିବା ସବସିଡି ଓ ଅନ୍ୟାନ୍ୟ ସୁବିଧା ପରେ ଗାଡିର ଦାମ କେତେ ରହିବ |

ଦିଲ୍ଲୀ ସରକାର ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ଟାଟା ମୋଟର୍ସର ଇଲେକ୍ଟ୍ରିକ୍ କାର୍ ଟିଗର୍ ଇଭି ଏବଂ ନେକ୍ସନ୍ ଇଭି ଉପରେ ସବସିଡି ଦେଉଛନ୍ତି | ଟାଟା ନେକ୍ସନ୍ ଇଭି ତିନୋଟି ପ୍ରକାରରେ ଉପଲବ୍ଧ( XM, XZ + ଏବଂ XZ + LUX ) | ନେକ୍ସନ୍ ଇଭି XM ର ମୂଲ୍ୟ ୧୩.୯୯ ଲକ୍ଷରୁ ଆରମ୍ଭ ହେଉଥିବାବେଳେ XZ + ର ମୂଲ୍ୟ ୧୫.୪୦ ଲକ୍ଷ ଟଙ୍କା | XZ LUX ଟ୍ରିମର ମୂଲ୍ୟ ୧୬.୪୦ ଲକ୍ଷ ଟଙ୍କା ରହିଛି |ଇଲେକ୍ଟ୍ରିକ୍ ଗାଡିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଦିଲ୍ଲୀ ସରକାର ଉଭୟ XM, XZ + କ୍ରୟ ଉପରେ ୧.୫୦ ଲକ୍ଷ ଟଙ୍କା ରିହାତି ପ୍ରଦାନ କରୁଛନ୍ତି | ଏହା ବ୍ୟତୀତ ରାଜ୍ୟ ସରକାର ରୋଡ଼ ଟିକସ ଛାଡ ଏବଂ ପଞ୍ଜୀକରଣ ଫି (ପଞ୍ଜୀକରଣ ଶୁଳ୍କ) ଛାଡ ଆକାରରେ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। ନେକ୍ସନ୍ ଇଭିର XM ଭାରିଆଣ୍ଟରେ ରୋଡ଼ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ଛାଡ ୧,୪୦,୫୦୦ ଟଙ୍କା ଥିବାବେଳେ XZ + ଟ୍ରିମରେ ଏହି ରିହାତି ୧,୪୯,୯୦୦ ଟଙ୍କା ରହିଛି |

ଏହାର ଅର୍ଥ ହେଉଛି ନେକ୍ସନ୍ ଇଭି ଉପରେ ମୋଟ ୩ ଲକ୍ଷରୁ ଅଧିକ ଟଙ୍କା ରିହାତି ଦେଉଛନ୍ତି | ନେକ୍ସନ୍ ଇଭି ପରି ଦିଲ୍ଲୀ ସରକାର ଟାଟା ଟିଗର୍ ଇଭି ଉପରେ ରିହାତି ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଟିଗର ଇଭି କ୍ରୟ ଉପରେ ସର୍ବାଧିକ ୨.୮୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ରିହାତି ଭାବରେ ଦିଆଯାଉଥିବା ରାଶି ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ | ସୂଚନା ଥାଉ କି ଟାଟା ନେକ୍ସନ୍ ଇଭି ଥରେ ଫୁଲ ଚାର୍ଜିଂରେ ୩୧୨ କିଲୋମିଟର ଦୂରତା ଯାଇପାରିବ |

ଏହି ବୈଦ୍ୟୁତିକ କାରର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିଛି | ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ 'ସୁଇଚ୍ ଦିଲ୍ଲୀ' ଅଭିଯାନ ଆରମ୍ଭ କରିଥିଲେ । ଦେଶର ରାଜଧାନୀରେ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବୈଦ୍ୟୁତିକ ଯାନ କିଣିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଥିଲେ । କେଜ୍ରିୱାଲ କହିଥିଲେ ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ତାଙ୍କ ସରକାର କେବଳ ବୈଦ୍ୟୁତିକ ଯାନ ଭଡାରେ ନେବେ, କୌଣସି ପେଟ୍ରୋଲ ବା ଡିଜେଲ ଗାଡିକୁ ସରକାର ଲିଜରେ ନେବେ ନାହିଁ | ସେ କହିଥିଲେ ଯେ ୨୦୨୪ ସୁଦ୍ଧା ଦିଲ୍ଲୀର ମୋଟ ଗାଡି ପଞ୍ଜିକରଣରେ ବୈଦ୍ୟୁତିକ ଯାନ କିଭଳି ୨୫ ପ୍ରତିଶତରେ ପହଂଚିବ, ସରକାର ସେ ନେଇ ଲକ୍ଷ୍ୟ ରଖିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe