ନୂଆଦିଲ୍ଲୀ: ସରକାର ମାର୍ଚ ସୁଦ୍ଧା ୩ଟି ଖଣି ନିଲାମ କରିବେ। ୩ଟି ଖଣି ମଧ୍ୟରୁ ୨ଟି ଚୂନପଥର ଖଣି ହୋଇଥିବାବେଳେ ଗୋଟିଏ ଗ୍ରାଫାଇଟ୍ ଖଣି। ଖଣି ମନ୍ତ୍ରାଳୟର ସଦ୍ୟତମ ତଥ୍ୟରୁ ଏହା ଜଣାପଡ଼ିଛି। ମାର୍ଚ ସୁଦ୍ଧା ନିଲାମ ହେବାକୁ ଥିବା ଏହି ୩ଟି ଖଣିରେ ମୋଟ ୨୮୦.୨୯୫ ନିୟୁତ ଟନ୍ ଖଣିଜ ସାମଗ୍ରୀ ମହଜୁଦ ରହିଛି। ଚୂନପଥର ଖଣି ଦୁଇଟି ଛତିଶଗଡ଼ରେ ରହିଛି। ଏଥିରୁ ଗୋଟିଏ ଚଳିତ ମାସ ୮ରେ ଓ ଅନ୍ୟଟି ୧୧ ତାରିଖରେ ନିଲାମ ହେବ। ଝାଡ଼ଖଣ୍ଡରେ ଥିବା ଗ୍ରାଫାଇଟ୍ ଖଣିର ନିଲାମ ଆସନ୍ତାମାସ ୨ ତାରିଖରେ ହେବ।
ନିଲାମ ହେବ ୩ ଖଣି
Advertisment
Follow Us