କେୱାଇସି ଅପ୍‌ଡେଟ୍‌ ପାଇଁ ଆଉ ୩ ମାସ ମିଳିଲା, ମାର୍ଚ୍ଚ ୩୧ ଭିତରେ ଅପ୍‌ଡେଟ୍ କରିବାକୁ ପଡ଼ିବ

Advertisment
ବୃଦ୍ଧ ମଉସାଙ୍କ ଏଟିଏମ ନିଜ ପାଖେ ରଖି ଲୁଟୁଥିଲେ ବ୍ୟାଙ୍କ ମ୍ୟାନେଜର

image source-sambad english

ନୂଆଦିଲ୍ଲୀ: ବ୍ୟାଙ୍କ ଖାତାର ‌ନୋ ୟୋର କଷ୍ଟମର (ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ) ବା କେୱାଇସି ଅପ୍‌ଡେଟ୍ କରିନଥିବା ଗ୍ରାହକଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଦିଆଯାଇଥିବା ସମୟ ସୀମା ଆସନ୍ତାକାଲି ଶେଷ ହେବ ନାହିଁ। ଏହି ସମୟ ସୀମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରାଯାଇଛି। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଚଳିତ ବର୍ଷ ମେ’ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେୱାଇସି ଅପ୍‌ଡେଟ୍‌ର ସମୟ ସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କେୱାଇସି ଅପ୍‌ଡେଟ୍ ହୋଇନଥିବା ଖାତାଗୁଡ଼ିକରେ ନଗଦ ରାଶି ଜମା କରିବା, ଉଠାଣ ଓ ଅନ୍ୟାନ୍ୟ ସେବାକୁ ନେଇ ‌ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ଏକାଧିକ ଥର ସମୟ ସୀମା ବୃଦ୍ଧି କରାଯାଉଛି। କେୱାଇସି ଅପ୍‌ଡେଟ୍‌ କରିବା ଲାଗି ବ୍ୟାଙ୍କର ଗ୍ରାହକଙ୍କୁ ନିଜର ପାନ୍, ଠିକଣାର ପ୍ରମାଣ ଭାବେ ଆଧାର କିମ୍ବା ପାସ୍‌ପୋର୍ଟ ଇତ୍ୟାଦି ପରିଚୟ ପତ୍ର, ନିଜର ସଦ୍ୟତମ ଫଟୋଗ୍ରାଫ୍ ଓ ବ୍ୟାଙ୍କ ଚାହୁଥିବା ଅନ୍ୟାନ୍ୟ ବିବରଣୀ ଦେବାକୁ ପଡ଼ିବ।

ନିୟନ୍ତ୍ରଣାଧୀନ ସଂସ୍ଥାଙ୍କୁ ନିଜ ଗ୍ରାହକଙ୍କ କେୱାଇସି ଅପ୍‌ଡେଟ୍‌ କରିବା ଲାଗି କୁହାଯାଇଛି। ମନି ଲଣ୍ଡରିଂ କାରବାର ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକ ନିୟମିତ ବ୍ୟବଧାନରେ ନିଜ ପୁରୁଣା ଗ୍ରାହକଙ୍କ କେୱାଇସି ଅପ୍‌ଡେଟ୍ କରୁଛନ୍ତି। ଯେହେତୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଓମିକ୍ରନ ସଂକ୍ରମଣ ବ୍ୟାପୁଛି ତେଣୁ ନିର୍ଧାରିତ ସମୟ ଭିତରେ କେୱାଇସି ଅପ୍‌ଡେଟ୍ କରିନଥିବା ଗ୍ରାହକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି। ନିୟନ୍ତ୍ରଣାଧୀନ ସଂସ୍ଥା ସେହିଗୁଡ଼ିକୁ କୁହାଯାଉଛି ଯେଉଁମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଅଧୀନରେ ପରିଚାଳିତ ହେଉଛନ୍ତି। କେବଳ କୌଣସି ଆଇନ ପ୍ରଣୟନକାରୀ ସଂସ୍ଥା କିମ୍ବା କୋର୍ଟଙ୍କ ନିର୍ଦେଶରେ ଗ୍ରାହକଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe