ହ୍ୟାକ୍‌ରଙ୍କ କବଳରୁ ଆପଣଙ୍କ ଫୋନ୍‌କୁ ସୁରକ୍ଷା ତେବେ ଏହି ତିନିଟି ସେଟିଙ୍ଗ,ପରୀକ୍ଷା କରି ଦେଖନ୍ତୁ

Advertisment
ହ୍ୟାକ୍‌ରଙ୍କ କବଳରୁ ଆପଣଙ୍କ ଫୋନ୍‌କୁ ସୁରକ୍ଷା ତେବେ ଏହି ତିନିଟି ସେଟିଙ୍ଗ,ପରୀକ୍ଷା କରି ଦେଖନ୍ତୁ

ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ସ୍ମାର୍ଟଫୋନ । ଅଧିକାଂଶ ବ୍ୟକ୍ତି ମୋବାଇଲରେ ବିଭିନ୍ନ ବ୍ୟକ୍ତିଗତ ଡାଟା ମଧ୍ୟ ରଖିଥିବା ବେଳେ ତଥ୍ୟ ଚୋରି ହୋଇଥିବାର କଥା ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ସମୟରେ ସାଇବର ଆଟାକ ହେଉଥିବାର ଘଟଣା ଶୁଣିବାକୁ ମିଳୁଛି। ଏଣିକି ଆପଣଙ୍କ ଫୋନରେ ୩ଟି ଏପରି ସିକ୍ରେଟ ସେଟିଙ୍ଗ ବିକଳ୍ପ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା କୌଣସି ବ୍ୟକ୍ତି ଆପଣଙ୍କ ଫୋନକୁ ଟ୍ରାକ କରିପାରିବ ନାହିଁ। ଏପରିକି ହ୍ଵାଟସ ଆପ ହ୍ୟାର୍କସଙ୍କ ପାଖରୁ ମଧ୍ୟ ରକ୍ଷା ପାଇପାରିବେ ।

ସେଟିଙ୍ଗରେ ପରିବର୍ତ୍ତନ : ଅଧିକାଂଶ ମୋବାଇଲ ୟୁଜର କୌଣସି ତଥ୍ୟ ଖୋଜିବା ପାଇଁ ଗୁଗୁଲ କ୍ରୋମର ସାହାଯ୍ୟ ନେଇଥାନ୍ତି । ଗୁଗୁଲ କ୍ରୋମରେ ଯାହା ଆପଣ ସର୍ଚ୍ଚ କରିଥିବେ ତାହା ଉପରେ କମ୍ପାନି ତରଫରୁ କଡା ନଜର ରଖା ଯାଇଥାଏ । ତେଣୁ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ କିଛି ମୋବାଇଲରେ ସେଟିଙ୍ଗ ପରିବର୍ତ୍ତନ କରିବାକୁ ପଡିବ । କ୍ରୋମ ବ୍ରାଉଜର ଓପନ କରିବା ପରେ ପ୍ରଥମେ ଏହାର ସେଟିଙ୍ଗକୁ ଯାଇ ପ୍ରାଇଭେସି ଅପ୍ସନରେ କ୍ଲିକ କରିବାକୁ ପଡିବ । ଏଠାରେ ୟୁଜରଙ୍କୁ ‘ଡୁ ନଟ ଟ୍ରାକ’ ଅପ୍ସନ ବିକଳ୍ପକୁ ବାଛିବାକୁ ପଡ଼ିବ । ଏହାପରେ ଆପଣଙ୍କ ମୋବାଇଲ ଡାଟାକୁ ଆଛ କେହି ଟ୍ରାକ କରି ପାରିବେ ନାହିଁ।

ଅଧିକାଂଶ ଲୋକ ହ୍ଵାଟସ୍‌ ଆପ୍‌କୁ ବ୍ୟକ୍ତିଗତ ତଥ୍ୟ ସେୟାର କରିବାର ଏକ ସୁରକ୍ଷିତ ମାଧ୍ୟମ ଭାବେ ବାଛି ନେଇଛନ୍ତି । ସାଧାରଣତଃ ହ୍‌ୱାଟସଆପ ମେସେଜ ଆସିଲେ ଏହା ମୋବାଇଲ ସ୍କ୍ରିନ ଉପରେ ଦେଖା ଯାଇଥାଏ । ତେଣୁ କିଏ ମେସେଜ ପଠାଇଲା କିମ୍ବା କେଉଁ ମେସେଜ ଆସିଲା ତାହା ଜଣା ପଡି ଯାଇଥାଏ । ତେବେ ସ୍କ୍ରିନ ଉପରେ ଦେଖା ଯାଉଥିବା ହ୍ଵାଟସ୍‌ ଆପ୍‌ ମେସେଜକୁ ମଧ୍ୟ ଗୁପ୍ତ ରଖା ଯାଇପାରିବ ।

ଏଥିପାଇଁ ଆପଣଙ୍କୁ ହ୍ଵାଟସ୍‌ ସଆପ ସେଟିଙ୍ଗରେ ପରିବର୍ତ୍ତନ କରିିବାକୁ ପଡିବ । ପ୍ରଥମେ ହ୍ଵାଟସ ଆପ ସେଟିଙ୍ଗକୁ ଯାଇ ନୋଟିଫିକେସନ ଅପ୍ସନ ଉପରେ କ୍ଲିକ୍‌ କରିବାକୁ କରନ୍ତୁ। ଏଠାରେ ତିନିଟି ଅପ୍ସନ ସୋ କରିବ। ଏଥିମଧ୍ୟରୁ ହାଇଡ ସେନସେଟିଭ ନୋଟିଫିକେସନ କଣ୍ଟେଟ ବିକଳ୍ପକୁ ଆକ୍ଟିଭେଟ କରିବା ପରେ ଆଉ ସ୍କ୍ରିନ ଉପରେ ହ୍ଵାଟସ ଆପ ମେସେଜ ସୋ କରିବ ନାହିଁ।

publive-image

କେବଳ ସ୍କ୍ରିନ ଉପରେ ହ୍ଵାଟସ ଆପ ମେସେଜ ନୁହେଁ ବିଭିନ୍ନ ବିଜ୍ଞାପନ ଆସିଥାଏ । ବାରମ୍ବାର ଏଭଳି ବିଜ୍ଞାପନ ଆସିବା ଅନେକ ବ୍ୟବହାରକାରଙ୍କୁ ବିରକ୍ତ ମଧ୍ୟ କରିଥାଏ । ତେବେ ଏହାକୁ ବନ୍ଦ କରିବା ପାଇଁ ମଧ୍ୟ କିଛି ସହଜ ଉପାୟ ରହିଛି ।

କ୍ରୋମ ଓପନ କରି ସେଟିଙ୍ଗ ଅପ୍ସନକୁ ଯିବାକୁ ପଡିବ । ଏଥିରେ ଥିବା ସାଇଟ ସେଟିଙ୍ଗ ବିକଳ୍ପକୁ ଚୟନ କରି ସେଥିରେ ଥିବା ପପ ଅପ୍ସ ବିକଳ୍ପ ବନ୍ଦ କରିବାକୁ ପଡିବ । ଏହାଦ୍ୱାରା ଅଦରକାରୀ ବିଜ୍ଞାପନ ଆଉ ଆସିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe