କାର୍‌ ପାଇଁ ୩ ବର୍ଷିଆ, ବାଇକ୍ ଲାଗି ୫ ବର୍ଷିଆ ବୀମା ଆସିବ

Advertisment
କାର୍‌ ପାଇଁ ୩ ବର୍ଷିଆ, ବାଇକ୍ ଲାଗି ୫ ବର୍ଷିଆ ବୀମା ଆସିବ

Moneycontrol

ନୂଆଦିଲ୍ଲୀ: ବୀମା ଗ୍ରାହକଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବା ଲାଗି ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ପକ୍ଷରୁ କାର୍‌ ପାଇଁ ୩ ବର୍ଷିଆ ଓ ବାଇକ୍ ପାଇଁ ୫ ବର୍ଷିଆ ବୀମା ଉତ୍ପାଦ ଆଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ପଲିସି ବିକ୍ରି ସମୟରେ ପ୍ରିମିୟମ୍ ସଂଗ୍ରହ କରିବା ଲାଗି କୁହାଯାଇଛି।

ବର୍ଷିକିଆ ମୋଟର ଓନ୍‌ ଡ୍ୟାମେଜ୍ ପଲିସିରେ ଯେଉଁ ନୋ କ୍ଲେମ୍ ବୋନସ୍ ସୁବିଧା ରହିଛି, ତାହାକୁ ଦୀର୍ଘମିଆଦୀ ବୀମା ପଲିସିରେ ଯୋଡ଼ିବାକୁ ଆଇଆରଡିଏଆଇ ପ୍ରସ୍ତାବ ଦେଇଛି। ବାସଗୃହ, କୋଠା, ଭିଲ୍ଲା ଓ କମ୍ପ୍ଲେକ୍ସ ଆଦି ଲାଗି ଅଗ୍ନି ଓ ଅନ୍ୟାନ୍ୟ ବିପଦରୁ ସୁରକ୍ଷା ସମ୍ପର୍କିତ ଉତ୍ପାଦ ଆଣିବା ଲାଗି ବୀମା କଂପାନିଗୁଡ଼ିକୁ କୁହାଯାଇଛି। ଏହି ପଲିସିଗୁଡ଼ିକର ଅବଧି ୩୦ ବର୍ଷ ପର୍ଯ୍ୟନ୍ତ ରଖିବାକୁ କୁହାଯାଇଛି। ଏହି ଚିଠା ପ୍ରସ୍ତାବ ଉପରେ ଆଇଆରଡିଏଆଇ ଅଂଶୀଦାରମାନଙ୍କ ମତ ଲୋଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe