ଉପା ସରକାର ଅମଳରେ ଘୋଷଣା କରାଯାଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବଦଳରେ ମୋଦୀ ସରକାର ଆଣିଥିବା ନୂଆ ଭିବି-ଜି ରାମ ଜି ଯୋଜନାକୁ ବଜେଟ୍ରେ ୯୫,୬୯୨ ହଜାର କୋଟି ଟଙ୍କା ଦିଆଯାଇଛି। ମନରେଗା ପାଇଁ ୩୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭିବି-ଜି ରାମ ଜି ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ମନରେଗା ଜାରି ରହିବ। ସେଥିପାଇଁ ଏହି ବ୍ୟୟବରାଦ କରାଯାଇଛି। ବଜେଟ୍ରେ ଗ୍ରାମୀଣ ବିକାଶ ବିଭାଗ ପାଇଁ ୧,୯୪,୩୬୮.୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ପୂର୍ବ ଆର୍ଥିକ ବର୍ଷରେ ୧,୮୬,୯୯୫ କୋଟି ଟଙ୍କା ଦିଆଯାଇଥିଲା। ଜମି ସମ୍ବଳ ବିଭାଗକୁ ୨୬୫୪.୩୩ କୋଟି ଟଙ୍କା ଦିଆଯାଇଛି। ୨୦୨୫-୨୬ରେ ମନରେଗାକୁ ପ୍ରଥମେ ୮୬ହଜାର କୋଟି ଟଙ୍କା ଦିଆଯାଇଥିଲା ଓ ପରେ ତାହାକୁ ୮୮ହଜାର କୋଟି ଟଙ୍କାକୁ ବୃଦ୍ଧିି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୧୯ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିସନ୍ ପାଇଁ ୧୯,୨୦୦ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ ୫୪,୯୧୬.୭୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/02/dgjgjdjgcnnbbn-2026-02-02-03-16-18.jpg)