୨ ଫେବ୍ରୁଆରି ୨୦୨୬, ସୋମବାର। ତିଥି: ଫାଲ୍ଗୁନ କୃଷ୍ଣ ପ୍ରତିପଦ। ନକ୍ଷତ୍ର: ଅଶ୍ଳେଷା। ଚନ୍ଦ୍ର: କର୍କଟ। ବିଶ୍ବ ଆର୍ଦ୍ରଭୂମି ଦିବସ। ସୂର୍ଯ୍ୟୋଦୟ: ୬ଟା୨୫, ସୂର୍ଯ୍ୟାସ୍ତ: ୫ଟା୩୫। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୫ରୁ ୭ଟା୪୯, ଦିବା ୧୦ଟା୫୩ରୁ ୧ଟା୭, ଦିବା ୪ଟା୧୧ରୁ ୪ଟା୫୦, ସନ୍ଧ୍ୟା ୬ଟା୨୬ରୁ ୯ଟା, ରାତ୍ରି ୧୨ଟାରୁ ୨ଟା୫୯ ପର୍ଯ୍ୟନ୍ତ।
ମେଷ: ଆପଣଙ୍କ ଭିତରେ ନୂଆ ଶକ୍ତିର ପ୍ରଭାବ ଅନୁଭବ କରିବେ। କନ୍ୟା ଲାଗି ସୁଯୋଗ୍ୟ ବର ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସୁଯୋଗ ପାଇବେ।
ବୃଷ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ନିଷ୍ପତ୍ତି ନେବାରେ ଅଧିକ ସମୟ ନେଲେ ସୁଯୋଗ ହାତଛଡ଼ା ହୋଇପାରେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ।
ମିଥୁନ: ଆପଣ ମନ ମୁତାବକ ଫଳ ପାଇବେ। ଭାଗୀଦାରିରେ କାରବାର ଲାଗି ଦିନଟି ଭଲ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନିଜର ନୀତିରେ କିଛି ପରିବର୍ତ୍ତନ ଆଣନ୍ତୁ। ସହଯୋଗୀ ଓ କର୍ମଚାରୀଙ୍କୁ ଅଣଦେଖା କରନ୍ତୁ ନାହିଁ। ସୁସମ୍ବାଦ ପାଇବେ।
ଆହୁରି ପଢ଼ନ୍ତୁ: Rare Earth Corridor: ଓଡ଼ିଶାରେ ବିରଳ ପୃଥିବୀ କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ କରୁଛି: ନବୀନ
ସିଂହ: ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ପରିସ୍ଥିତି ଠିକ୍ ହେବ। କୌଣସି ବିଷୟରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
କନ୍ୟା: ବ୍ୟବସାୟ ମାମଲାରେ ବହୁତ ଧୈର୍ଯ୍ୟ ଓ ସଂଯମ ରଖିବା ଦରକାର। କାହାରି ସାହାଯ୍ୟରେ ବଡ଼ ଅର୍ଡର ମିଳିପାରେ। ସମସ୍ତେ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ।
ତୁଳା: ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତ ରହିବେ। ଭାବପ୍ରବଣ ହେଲେ ପରସ୍ଥିତି ବିଗିଡ଼ିପାରେ। ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ।
ବିଛା: ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ। ବହୁ ଦିନର ସ୍ବପ୍ନ ସାକାର ହେବ। ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ପାଇବେ।
ଆହୁରି ପଢ଼ନ୍ତୁ: Budget For Enviorment: ଜଳବାୟୁ ଲଢେଇକୁ ବଜେଟ୍ ୨୦୨୬ରେ ସାମାନ୍ୟ ପ୍ରୋତ୍ସାହନ
ଧନୁ: ଅନ୍ୟ ରାଜ୍ୟ ବା ବିଦେଶ ଯାତ୍ରାରେ ଯାଇପାରନ୍ତି। ଆପଣଙ୍କ କଥାବାର୍ତ୍ତାରେ କୋମଳତା ରହିବ। ପ୍ରେମୀ ଯୁଗଳ ସିନେମା ଦେଖିବାକୁ ଯିବେ।
ମକର: ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ବ୍ୟବସାୟରେ ସଂପର୍କ ଆହୁରି ମଜଭୁତ କରିବେ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।
କୁମ୍ଭ: ଜୀବନକୁ ସୁନ୍ଦର କରିବା ଲାଗି ଭଲ ମଉକା ପାଇବେ। ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ସାରାଦିନ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଅଫିସରେ ଆପଣଙ୍କୁ ଏଭଳି କାମ ଦିଆଯିବ ଯାହାକୁ ସହଜରେ ପୂରା କରିପାରିବେ। ରାଜନେତାଙ୍କ ଲାଗି ଦିନଟି ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)