ମାର୍ଚ୍ଚରେ ବଢ଼ିଲେ ୩.୨୪ ଲକ୍ଷ ଗ୍ରାହକ: ୧୦୦ରୁ ୮୦ ଜଣଙ୍କ ପାଖରେ ମୋବାଇଲ୍‌

Advertisment

ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ରେକର୍ଡ ୩,୨୪,୨୨୪ ନୂଆ ମୋବାଇଲ୍‌ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଫଳରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୪୯ ଲକ୍ଷ ୨୪ ହଜାର ୧୦୮ରେ ପହଞ୍ଚିଛି।

ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ରେକର୍ଡ ୩,୨୪,୨୨୪ ନୂଆ ମୋବାଇଲ୍‌ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଫଳରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୪୯ ଲକ୍ଷ ୨୪ ହଜାର ୧୦୮ରେ ପହଞ୍ଚିଛି।

ଘୁମୁସର ଉଦୟଗିରିରେ ବଢୁଛି ମୋବାଇଲ ଫୋନ୍‌ ଚୋରଙ୍କ ଦୌରାତ୍ମ୍ୟ

ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ରେକର୍ଡ ୩,୨୪,୨୨୪ ନୂଆ ମୋବାଇଲ୍‌ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଫଳରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୪୯ ଲକ୍ଷ ୨୪ ହଜାର ୧୦୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ରାଜ୍ୟରେ ଟେଲି ସାନ୍ଦ୍ରତା ୮୦କୁ ବୃଦ୍ଧି ପାଇଛି। ଅର୍ଥାତ ହାରାହାରି ଭାବେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୮୦ ଜଣଙ୍କ ପାଖରେ ମୋବାଇଲ୍‌ ସେବା ପହଞ୍ଚିପାରିଛି। ଏହା ସତ୍ତ୍ବେ ଜାତୀୟ ହାର ୮୫.୦୪ ପ୍ରତିଶତଠାରୁ ଓଡ଼ିଶା ପଛରେ ରହିଛି। 

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚରେ ରିଲାଏନ୍ସ ଜିଓ ଓ ଏୟାରଟେଲ୍‌ ବିପୁଳ ସଂଖ୍ୟାରେ ନୂଆ ଗ୍ରାହକ ହାସଲ କରିଛନ୍ତି। ଏୟାରଟେଲ୍‌ ୧,୮୫,୮୫,୫୧୭ ନୂଆ ଗ୍ରାହକ ଯୋଡ଼ିବାରୁ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ୧ କୋଟି ୧୯ ଲକ୍ଷ ୯୬ ହଜାର ୨୧୨କୁ ବୃଦ୍ଧି ପାଇଛି। ଜିଓର ଗ୍ରାହକ ୧,୩୫,୬୦୧ ବୃଦ୍ଧି ପାଇ ୧ କୋଟି ୫୯ ଲକ୍ଷ ୫୬ ହଜାର ୬୪୫ରେ ପହଞ୍ଚିଛି। ଭୋଡାଫୋନ୍ ଆଇଡିଆର ଗ୍ରାହକ ୩୨୪୭ ବଢ଼ିଛନ୍ତି। ଫଳରେ କମ୍ପାନିର ମୋଟ ଗ୍ରାହ‌କ ସଂଖ୍ୟା ୧୩ ଲକ୍ଷ ୯୭ ହଜାର ୯୭୨ରେ ପହଞ୍ଚିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ମାତ୍ର ୧୪୧ ଗ୍ରାହକଙ୍କୁ ହରାଇବାରୁ ଏହାର ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୭୩ ହଜାର ୪୨୦ ରହିଛି। 

ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସର୍ବାଧିକ ଗ୍ରାହକ ଓଡ଼ିଶା ସର୍କଲ୍‌ରେ ବଢ଼ିଛନ୍ତି। ରାଜ୍ୟର ଗ୍ରାହକ ସଂଖ୍ୟାରେ ୦.୯୪ ପ୍ରତିଶତ ବୃଦ୍ଧି ଘଟିଛି। ଉତ୍ତର ପୂର୍ବ ଭାରତରେ ଗ୍ରାହକ ପରିମାଣ ସର୍ବାଧିକ ୧.୦୪ ପ୍ରତିଶତ ବୃଦ୍ଧି ପାଇଛି। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ କୋଲକାତା ସର୍କଲ୍‌କୁ ବାଦ ଦେଲେ ଅନ୍ୟ ସବୁ ଟେଲିକମ୍ ସର୍କଲ୍‌ରେ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଛି। ଟେଲିକମ୍ ଗ୍ରାହକ ସଂଖ୍ୟାରେ ହୋଇଥିବା ବୃଦ୍ଧି ସମ୍ପର୍କରେ ଏକ ଟେଲିକମ୍ କମ୍ପାନିର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟର ଦୁର୍ଗମ, ଅପହଞ୍ଚ ଇଲାକାରେ ମୋବାଇଲ୍‌ ସେବା ପହଞ୍ଚାଇବା ଲାଗି ସରକାର କରୁଥିବା ଉଦ୍ୟମ ପ୍ରଭାବରେ ବହୁ ନୂଆ ଜାଗାରେ ସେବା ପହଞ୍ଚିପାରିଛି। ନୂଆ ନୂଆ ଟାୱାର ସ୍ଥାପନ ମଧ୍ୟ କରାଯାଉଛି। ସେଥିପାଇଁ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଛି। ଅନ୍ୟ ପକ୍ଷରେ ଆଜିର ଡିଜିଟାଲ୍ ଦୁନିଆରେ ମୋବାଇଲ୍ ଏକ ଆବଶ୍ୟକତାରେ ପରିଣତ ହୋଇଥିବାରୁ, ଅଧିକରୁ ଅଧିକ ଲୋକ ସେହି ସଂଯୋଗ ହାସଲ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe