୩୩ ୟୁଟ୍ୟୁବ୍‌ ଚାନେଲ୍‌ ବନ୍ଦ ହେଲା: ମିଛ ସମ୍ବାଦ ପ୍ରସାର କରୁଥିଲେ, ପାକିସ୍ତାନରୁ ପରିଚାଳିତ ହେଉଥିଲା

Advertisment
ଭାରତ ବିରୋଧୀ ପ୍ରଚାର: ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ନିଷିଦ୍ଧ କଲେ ସରକାର

Business Today

ନୂଆଦିଲ୍ଲୀ: ମିଛ ସମ୍ବାଦ ପ୍ରସାର କରୁଥିବା ଅଭିଯୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୩୩ଟି ୟୁଟ୍ୟୁବ ଚାନେଲ୍‌କୁ ବନ୍ଦ କରିଦେଇଛି। ଏଥିସହିତ ସମାନ ଅଭିଯୋଗରେ ୨ଟି ଟ୍ବିଟର, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ଫେସବୁକ୍, ଦୁଇଟି ୱେବସାଇଟ୍‌ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟ ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି। ତେବେ ଏସବୁ ଚ୍ୟାନେଲ ଏବଂ ଆକାଉଣ୍ଟଗୁଡ଼ିକ ପାକିସ୍ତାନରୁ ହିଁ ପରିଚାଳିତ ହେଉଛି ଏବଂ ସେମାନେ ଭାରତ ବିରୋଧୀ ମିଛ ସମ୍ବାଦ ପ୍ରସାର କରୁଛନ୍ତି।

ଟେଲିକମ ବିଭାଗ ମାଧ୍ୟମରେ ସୋସିଆଲ ମିଡିଆ ଇଣ୍ଟରମିଡିଆରି ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନଙ୍କୁ ଏ ନେଇ ଅବଗତ କରାଯାଇଛି। ବ୍ଲକ୍ ହୋଇଥିବା ଆକାଉଣ୍ଟଗୁଡ଼ିକରେ ଭାରତୀୟ ସଶସ୍ତ୍ର ବଳ, କାଶ୍ମୀର, ଭାରତର ବିଦେଶ ନୀତି ଏବଂ ପୂର୍ବତନ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁସଂପର୍କରେ ମିଛ ସମ୍ବାଦ ପ୍ରସାର କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି। ବନ୍ଦ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର ୧.୨ କୋଟିରୁ ଅଧିକ ସବ୍‌ସ୍କ୍ରାଇବର ରହିଛନ୍ତି ଏବଂ ସେଗୁଡ଼ିକୁ ୧୩୦ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି। ବନ୍ଦ ହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ ଆପନି ଦୁନିୟା ନେଟୱାର୍କ ଏବଂ ତଲ୍‌ହା ଫିଲ୍‌ମସ ‌ନେଟୱାର୍କ ରହିଛି। ‌ଏଗୁଡ଼ିକରେ ଯଥାକ୍ରମେ ୧୪ଟି ଏବଂ ୧୩ଟି ୟୁବ୍ୟୁଟ ଚ୍ୟାନେଲ ପରିଚାଳିତ ହେଉଥିଲା। ବନ୍ଦ ହୋଇଥିବା ଏହି ଆକାଉଣ୍ଟଗୁଡ଼ିକରେ ପ୍ରସାରିତ ବିଷୟବସ୍ତୁ ଗୁଡ଼ିକ ଆଇଟି ନିୟମ ୨୦୨୧କୁ ଉଲ୍ଲଂଘନ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe