କଂପାନି ଟିକସ ସଂଗ୍ରହରେ ୩୪% ବୃଦ୍ଧି

Advertisment
ଜବତ ୭୫ ଲକ୍ଷର ହିସାବ ମାଗିଲା ଆୟକର ବିଭାଗ

Image Courtesy of India Today

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ‌ ତ୍ରୈମାସିକରେ କଂପାନି ଟିକସ ସଂଗ୍ରହରେ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ରେ କଂପାନିଗୁଡ଼ିକ ଲାଗି ଟିକସ ହାରକୁ ହ୍ରାସ କରାଯାଇଥିଲା। ଏହି ପଦକ୍ଷେପ ପାଇଁ ସେତେବେଳେ ସରକାରଙ୍କୁ ବହୁ ସମାଲୋଚନା କରାଯାଇଥିଲା। ମାତ୍ର ଟିକସ ହାର କମ୍ ହେବା ପରେ କଂପାନି ଟିକସ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ୭.୨୩ ଲକ୍ଷ କୋଟି ଟଙ୍କାର କଂପାନି ଟିକସ ସଂଗ୍ରହ କରାଯାଇଥିଲା ଯାହା ୨୦୨୦-୨୧ ତୁଳନାରେ ୫୮ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଟିକସ ସଂଗ୍ରହ‌ରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ତେବେ ପ୍ରକୃତରେ କେତେ ଟଙ୍କା ସଂଗ୍ରହ କରାଯାଇଛି ତାହାର ସୂଚନା ଆୟକର ବିଭାଗ ଦେଇନାହିଁ। ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ କଂପାନି ଟିକସ ସଂଗ୍ରହ ୯ ପ୍ରତିଶତ ଅଧିକ ଥିଲା। ୨୦୨୦-୨୧ରେ କରୋନା ମହାମାରୀର ପ୍ରଭାବ ରହିଥିଲା। ସେଥିପାଇଁ ଟିକସ ସଂଗ୍ରହ ଅଳ୍ପ ସମୟ ପାଇଁ ପ୍ରଭାବିତ ହୋଇଥିଲା। ଏହା ପରେ ସେଥିରେ ସୁଧାର ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨୦୧୯ ସେପ୍ଟେମ୍ବରରେ ସରକାର କଂପାନି ଟିକସକୁ ୩୦ ପ୍ରତିଶତରୁ ହ୍ରାସ କରି ୨୨ ପ୍ରତିଶତ କରିଥିଲେ। ସବୁ ପ୍ରକାର ଛାଡ଼ ସୁବିଧାକୁ ମଧ୍ୟ ଉଚ୍ଛେଦ କରିଥିଲେ। ଏହି ନିଷ୍ପତ୍ତି ପରେ ୨୦୧୯-୨୦ର ୫.୫୭ ଲକ୍ଷ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଟିକସ ସଂଗ୍ରହ ୧୬ ପ୍ରତିଶତ ହ୍ରାସ ପାଇଥିଲା। ସେତେବେଳେ ଆଶଙ୍କା ପ୍ରକଟ କରାଯାଇଥିଲା ଯେ ଦେଢ଼ ଲକ୍ଷ କୋଟି ଟଙ୍କାର ଟିକସ ହାନି ହେବ। କିନ୍ତୁ ପ୍ରକୃତରେ ଟିକସ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା କମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe