ଅର୍ଥମନ୍ତ୍ରୀ ବଜେଟ୍ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରର ବ୍ୟୟବରାଦକୁ ଗତ ବଜେଟ୍ ତୁଳନାରେ ୧୩୭ ପ୍ରତିଶତ ଅଧିକ କରାଯାଇଛି। ଗତ ବଜେଟ୍ରେ ନିର୍ମଳା ଦେଶର ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ୯୪୪୫୨ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଚଳିତ ବଜେଟ୍ରେ ଏହାକୁ ୨,୨୩,୮୪୬ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। କେବଳ କରୋନା ଟିକା ପାଇଁ ଅର୍ଥମନ୍ତ୍ରୀ ୩୫ ହଜାର କୋଟି ଟଙ୍କାର ଅର୍ଥରାଶି ବଜେଟ୍ରେ ପ୍ରଦାନ କରିଛନ୍ତି। ଏଥିସହିତ ଭାରତରେ ନିର୍ମିତ ନ୍ୟୁମୋକୋକାଲ ଟିକା ଏବେ ଦେଶର ୫ଟି ରାଜ୍ୟରେ ସୀମିତ ରହିଛି। ଉକ୍ତ ଟିକାକୁ ଦେଶବ୍ୟାପୀ ପ୍ରଦାନ କରାଯିବ। ଏଥିଯୋଗୁ ଦେଶରେ ବର୍ଷକୁ ୫୦ ହଜାର ଶିଶୁଙ୍କ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
କରୋନା ଟିକା ପାଇଁ ୩୫ ହଜାର କୋଟି
Advertisment
Follow Us