ଓଡ଼ିଶାରେ ୩୮୩ ଖଣି: କେନ୍ଦୁଝର, ସୁନ୍ଦରଗଡ଼ରେ ଅଧିକ ୩୮ଟି କ୍ୟାପ୍‌ଟିଭ୍‌ ଖଣି

Advertisment

ରାଜ୍ୟରେ ଗୁରୁ ଖଣିଜ ଓ ଲଘୁ ଖଣିଜ ପଦାର୍ଥ ଉତ୍ପାଦନ ଲାଗି ୩୮୩ଟି ଖଣି ରହିଛି। ସେଥିରୁ ୩୮ଟି କ୍ୟାପ୍‌ଟିଭ୍‌ ଖଣି ହୋଇଥିବା ବେଳେ ଅବଶିଷ୍ଟଗୁଡ଼ିକ ହେଉଛି ଅଣ-କ୍ୟାପ୍‌ଟିଭ୍‌ ଖଣି।

ରାଜ୍ୟରେ ଗୁରୁ ଖଣିଜ ଓ ଲଘୁ ଖଣିଜ ପଦାର୍ଥ ଉତ୍ପାଦନ ଲାଗି ୩୮୩ଟି ଖଣି ରହିଛି। ସେଥିରୁ ୩୮ଟି କ୍ୟାପ୍‌ଟିଭ୍‌ ଖଣି ହୋଇଥିବା ବେଳେ ଅବଶିଷ୍ଟଗୁଡ଼ିକ ହେଉଛି ଅଣ-କ୍ୟାପ୍‌ଟିଭ୍‌ ଖଣି।

ଖଣିଜ ମାନ ହେରଫେରକୁ ରୋକିବ ଆଇଓଟି ଡିଭାଇସ୍

ଭୁବନେଶ୍ବର: ରାଜ୍ୟରେ ଗୁରୁ ଖଣିଜ ଓ ଲଘୁ ଖଣିଜ ପଦାର୍ଥ ଉତ୍ପାଦନ ଲାଗି ୩୮୩ଟି ଖଣି ରହିଛି। ସେଥିରୁ ୩୮ଟି କ୍ୟାପ୍‌ଟିଭ୍‌ ଖଣି ହୋଇଥିବା ବେଳେ ଅବଶିଷ୍ଟଗୁଡ଼ିକ ହେଉଛି ଅଣ-କ୍ୟାପ୍‌ଟିଭ୍‌ ଖଣି। ରାଜ୍ୟରେ ଥିବା ୧୭୦ରୁ ଅଧିକ ଖଣି କାର୍ଯ୍ୟକ୍ଷମ ନଥିବା ଜଣାପଡ଼ିଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି। କ୍ୟାପ୍‌ଟିଭ୍‌ ଖଣିଗୁଡ଼ିକ ହେଉଛି ବିଭିନ୍ନ ଶିଳ୍ପ ସଂସ୍ଥାକୁ ନିଜସ୍ବ ବ୍ୟବହାର ଲାଗି ଦିଆଯାଇଥିବା ଖଣି। ସେଥିରୁ କେନ୍ଦୁଝରରେ ୧୫ଟି, ସୁନ୍ଦରଗଡ଼ରେ ୯, ଯାଜପୁରରେ ୭, କୋରାପୁଟରେ ୩, ସମ୍ବଲପୁରରେ ୨ ଏବଂ ଅନୁଗୁଳ ଓ ରାୟଗଡ଼ାରେ ଗୋଟିଏ ଲେଖାଏଁ କ୍ୟାପ୍‌ଟିଭ୍ ଖଣି ରହିଛି।

ଅଣ କ୍ୟାପ୍‌ଟିଭ୍‌ ଖଣିଗୁଡ଼ିକ ମଧ୍ୟରୁ ଅନୁଗୁଳରେ ୧୮, ବଲାଙ୍ଗୀରରେ ୧୪, କଟକରେ ୩, ଢେଙ୍କାନାଳରେ ୪, ଗଜପତିରେ ୧୦, ଗଞ୍ଜାମରେ ୨୯, ଯାଜପୁରରେ ୯, ଝାରସୁଗୁଡ଼ାରେ ୧୫, କଳାହାଣ୍ଡିରେ ୨୦, କେନ୍ଦୁଝରରେ ୫୪, ଖୋର୍ଦ୍ଧାରେ ୨, କୋରାପୁଟରେ ୩୨, ମାଲକାନଗିରିରେ ୫, ମୟୂରଭଞ୍ଜରେ ୨୭, ନବରଙ୍ଗପୁରରେ ୩, ନୟାଗଡ଼ରେ ୩, ନୂଆପଡ଼ାରେ ୭, ରାୟଗଡ଼ାରେ ୧୮, ସମ୍ବଲପୁରରେ ୬, ସୋନପୁରରେ ୫ ଓ ସୁନ୍ଦରଗଡ଼ରେ ୬୧ଟି ଖଣି ରହିଛି। ରାଜ୍ୟରେ କୋଇଲା, ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ, କ୍ବାର୍ଜାଇଟ୍, କ୍ରୋମାଇଟ, ଗ୍ରାଫାଇଟ୍‌, ଚୂନପଥର, ଡୋଲୋମାଇଟ୍ ଆଦି ଖଣି ରହିଛି। ଲୁହାପଥର ଖଣି କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁରଯାଜପୁର ଜିଲ୍ଲାରେ ରହିଛି। କୋଇଲା ଖଣିଗୁଡ଼ିକ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe