avalara.com
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଓଡ଼ିଶାରେ ୩,୮୮୪ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷର ଅଗଷ୍ଟରେ ହୋଇଥିବା ୩,୩୧୭ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୧୭ ପ୍ରତିଶତ ଅଧିକ। ସାରା ଦେଶରେ ଏହି ମାସରେ ୧,୪୩,୬୧୨ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। ଏଥିରେ କେନ୍ଦ୍ରୀୟ ଜିଏସ୍ଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଜିଏସ୍ଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟରେ ୭୭ ହଜାର ୭୮୨ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି । ୨୦୨୧ ଅଗଷ୍ଟ ମାସରେ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ୨୮% ଅଧିକ ଜିଏସ୍ଟି ସଂଗ୍ରହ ହୋଇଛି। ଅଗଷ୍ଟକୁ ମିଶାଇ ଲଗାତାର ୬ ମାସ ଧରି ମାସିକ ଜିଏସ୍ଟି ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।
Follow Us