୪.୫ ଲକ୍ଷ ପୁରୁଣା ଫ୍ୟାନ୍, ୪୫ ହଜାର ଏସି ହଟିବ, ଲାଗିବ ଶକ୍ତି ମିତବ୍ୟୟୀ ଫ୍ୟାନ୍, ଏସି

Advertisment

୧୪,୩୭୦ ପୁରୁଣା ମୋଟର ବି ହଟିବ

୧୪,୩୭୦ ପୁରୁଣା ମୋଟର ବି ହଟିବ

୪.୫ ଲକ୍ଷ ପୁରୁଣା ଫ୍ୟାନ୍, ୪୫ ହଜାର ଏସି ହଟିବ, ଲାଗିବ ଶକ୍ତି ମିତବ୍ୟୟୀ ଫ୍ୟାନ୍, ଏସି

Informalnewz

ଭୁବନେଶ୍ବର: ଅଧିକ ଶକ୍ତି ଅପଚୟ କରୁଥିବା ପୁରୁଣା ଫ୍ୟାନ୍, ଏସି ଓ ମୋଟରଗୁଡ଼ିକୁ ହଟାଇବା ଲାଗି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୪.୫ ଲକ୍ଷ ପୁରୁଣା ଫ୍ୟାନ୍, ୪୫ ହଜାର ପୁରୁଣା ଏସି ଓ ୧୪,୩୭୦ ପୁରୁଣା ମୋଟରକୁ ହଟାଇ ସେହି ସ୍ଥାନରେ ଶକ୍ତି ମିତବ୍ୟୟୀ ଉପକରଣ ବ୍ୟବହାର କରାଯିବ। ପୁରୁଣା ଫ୍ୟାନ୍‌ଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ଶକ୍ତି ମିତବ୍ୟୟୀ ଫ୍ୟାନ୍ ଲଗାଇବା ଲାଗି ୮୬.୫୫ କୋଟି ଟଙ୍କା ଓ ପୁରୁଣା ଏସି ସ୍ଥାନରେ ନୂଆ ଏସି ଲଗାଇବା ଲାଗି ୨୨୩.୮୩ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ପୁରୁଣା ମୋଟରଗୁଡ଼ିକ ସ୍ଥାନରେ ଆଇଇ୩ ମୋଟର ବ୍ୟବହାର କରିବା ଲାଗି ୧୩୧.୨୮ କୋଟି ଟଙ୍କା ନିବେଶ କରାଯିବ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍‌ (ଇଇଏସ୍‌ଏଲ୍‌) ଓଡ଼ିଶାରେ୪୪୧.୬୬ କୋଟି ଟଙ୍କାର ଡିମାଣ୍ଡ୍‌ ସାଇଡ୍‌ ମ୍ୟାନେଜମେଣ୍ଟ୍‌ (ଡିଏସ୍‌ଏମ୍‌) କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାଜ୍ୟର ଚାରିଟି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା (ଡିସ୍‌କମ୍‌) ସହଯୋଗରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଲାଗି ଟିପିସିଓଡିଏଲ୍‌ ଓ ଟିପିଏନ୍‌ଓଡିଏଲ୍ ଆଗ୍ରହ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଡିସ୍‌କମ୍‌ଗୁଡ଼ିକର ୧୨-୧୩ କୋଟି ଟଙ୍କାର ସଞ୍ଚୟ ହେବ। ଉପଭୋକ୍ତାମାନଙ୍କ ୭୩.୭୫ କୋଟି ଟଙ୍କାର ଆର୍ଥିକ ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି।

ଏହି କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିବା ଲାଗି ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଶକ୍ତିର ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଡିସ୍‌କମ୍‌ଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ। ଉପଭୋକ୍ତାମାନେ ମଧ୍ୟ ଏହା ଦ୍ବାରା ଉପକୃତ ହୋଇପାରିବେ। ସେମାନଙ୍କ ବିଦ୍ୟୁତ ଖର୍ଚ୍ଚ ହ୍ରାସ ପାଇବ। ସେହିପରି, ଓଡ଼ିଶା ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ (ଓଇଆର୍‌ସି)ର ଅଧ୍ୟକ୍ଷ ୟୁ ଏନ୍ ବେହେରା କହିଛନ୍ତି ଯେ ସହରୀକରଣ, ଶିଳ୍ପ ଓ ଭିତ୍ତିଭୂମିର ବିକାଶ ଯୋଗୁଁ ଓଡ଼ିଶାରେ ବିଦ୍ୟୁତ ବ୍ୟବହାର ବଢ଼ିଛି। ସେଭଳି ସମୟରେ ଡିଏସ୍‌ଏମ୍ କାର୍ଯ୍ୟକ୍ରମ ଶକ୍ତି ମିତବ୍ୟୟିତାକୁ ନିଶ୍ଚିତ କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଗ୍ରିଡ୍‌କୋର ଏମ୍‌ଡି ତ୍ରିଲୋଚନ ପଣ୍ଡା, ଇଇଏସ୍‌ଏଲ୍‌ର ଇଡି ଏସ୍‌ପି ଗଡ଼ନାୟକ ଓ କ୍ଲଷ୍ଟର ମୁଖ୍ୟ ଅଭିଶେକ ଗୁପ୍ତା, ପି୪ଜିର ନିର୍ଦେଶକ ସରବିନ୍ଦର ସିଂହ ଓ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସଷ୍ଟେନେବିଲିଟି କମ୍ୟୁନିଟିର ନିର୍ଦେଶକ ବିବେକ ଆଧିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe