ତାପମାତ୍ରା ବୃଦ୍ଧି ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ: ୪.୫% ଜିଡିପି ପ୍ରତି ବିପଦ

Advertisment
ବହୁମୁଖୀ ଦାରିଦ୍ର୍ୟ: ପୁରୀରେ ସର୍ବନିମ୍ନ, ମାଲକାନଗିରିରେ ସର୍ବାଧିକ

newsonair.com

ନୂଆଦିଲ୍ଲୀ: ତାପମାତ୍ରାରେ ହେଉଥିବା ବୃଦ୍ଧି ଭାରତୀୟ ଅର୍ଥନୀତି ପାଇଁ ବେଶ କ୍ଷତିକାରକ ସାବ୍ୟସ୍ତ ହେବ। କେବଳ ଏହି କାରଣ ପାଇଁ ଦେଶର ‌ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪.୫ ପ୍ରତିଶତ ପ୍ରତି ବିପଦ ରହିଥିବା ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧି ପ୍ରଭାବରେ ବାଣିଜ୍ୟ ଓ ଲଜିଷ୍ଟିକ୍‌ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ମାକିନ୍‌ସେ ଆଣ୍ଡ୍‌ କଂପାନିର ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ତାପମାତ୍ରା ଓ ଆର୍ଦତ୍ରାରେ ବୃଦ୍ଧି ଦ୍ବାରା ଶ୍ରମ ହାନି ହେବ। ଏହାର ପ୍ରଭାବରେ ୨୦୩୦ ସୁଦ୍ଧା ଭାରତର ଜିଡିପି ପ୍ରତି ୧୫,୦୦୦-୨୫୦୦୦ କୋଟି ଡଲାରର ବିପଦ ରହିଛି। ବିଶ୍ବବ୍ୟାଙ୍କର ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ତାପମାତ୍ରା ବୃଦ୍ଧି ପ୍ରଭାବରେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ବରେ ୮୦ ନିୟୁତ ଲୋକ ଜୀବିକା ହରାଇବେ।

ସେହି ସମୟରେ ଭାରତର ୩.୪ କୋଟି ଲୋକ ଜୀବିକା ହରାଇବେ। ବୋଷ୍ଟନ କନ୍‌ଲସ୍‌ଟିଂ ଗ୍ରୁପ୍‌ର ଏମ୍‌ଡି ଅନିର୍ବାଣ ମୁଖାର୍ଜୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନରୁ ଭାରତ ପାଇଁ ବଡ଼ ବିପଦ ରହିଛି। ଗତ କିଛି ବର୍ଷ ମଧ୍ୟରେ ଜଳାଭାବ ଯୋଗୁଁ ବିଦ୍ୟୁତ ବଣ୍ଟନ କଂପାନିଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସେହି ବିଭ୍ରାଟ ଲାଗି ବହୁ ସଂସ୍ଥା ଓ କଂପାନି ନିଜର ମୁଖ୍ୟ କାର୍ଯ୍ୟାଳୟକୁ ଅନ୍ୟତ୍ର ନେବାକୁ ବାଧ୍ୟ ହୋଇଛନ୍ତି। ଆମ ଦେଶରେ ଆର୍ଥିକ ଅନୁଷ୍ଠାନଗୁଡ଼ିକର ୫୫ ପ୍ରତିଶତ ସମ୍ପତ୍ତି ଜଳବାୟୁ ପରିବର୍ତ୍ତନ ଦ୍ବାରା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe