ଏୟାର ଇଣ୍ଡିଆର ୪ ସହଯୋଗୀ ସଂସ୍ଥା ବିକ୍ରି ହେବ

Advertisment
ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା କଲା ଡିଜିସିଏ

Image Courtesy of News18

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆକୁ ଘରୋଇ କମ୍ପାନି ଟାଟା କିଣିବାରେ ସଫଳ ହୋଇଛି। ୧୮ ହଜାର କୋଟି ଟଙ୍କାରେ ବିପୁଳ ପରିମାଣର ଋଣ ବୋଝ ଥିବା ଏବଂ କ୍ଷତି ସହୁଥିବା ଏୟାର ଇଣ୍ଡିଆକୁ ଟାଟା କିଣିବାରେ ସଫଳ ହୋଇଛି । ୧୮ ହଜାର କୋଟି ଟଙ୍କା ମଧ୍ୟରୁ ଟାଟା ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ଅର୍ଥ ଆକାରରେ ପ୍ରଦାନ କରିବ। ଏହାବାଦ୍ ଏହା ଉପରେ ଥିବା ୬୧୫୬୨ କୋଟି ଟଙ୍କା ଋଣ ବୋଝରୁ ୧୫୩୦୦ କୋଟି ଟଙ୍କା ଟାଟା ବହନ କରିବ। ତେବେ ଏୟାର ଇଣ୍ଡିଆର ଘରୋଇକରଣରେ ସରକାର ସଫଳ ହେବା ପରେ ଏବେ ଏହାର ୪ଟି ସହଯୋଗୀ ସଂସ୍ଥାକୁ ବିକ୍ରି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିସହିତ ୧୪୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏୟାର ଇଣ୍ଡିଆର ଜମି ଏବଂ କୋଠା ଆଦି ବିକ୍ରି କରାଯିବ। ଦିପମ୍ ସଚିବ ତୁହିନ କାନ୍ତ ପା‌ଣ୍ଡେ ଏହି ସୂଚନା ଦେଇଛନ୍ତି।

ଏୟାର ଇଣ୍ଡିଆର ଘରୋଇକରଣର ସଫଳତା ପରେ ଆମେ ଏୟାର ଇଣ୍ଡିଆର ଅନ୍ୟ ସହଯୋଗୀ ସଂସ୍ଥାର ବିକ୍ରି ଉପରେ କାର୍ଯ୍ୟ କରିବୁ। ସେଗୁଡ଼ିକ ମଧ୍ୟରେ ନିକଟରେ ସୃଷ୍ଟି କରାଯାଇଥିବା ସ୍ପେସାଲ ପର୍ପୋଜ୍ ଭେଇକିଲ୍‌ ଏୟାର ଇଣ୍ଡିଆ ଆସେଟ୍‌ସ ହୋଲଡିଂ ଲିମିଟେଡ (ଏଆଇଏଏଚ୍‌ଏଲ୍‌) ରହିଛି। ଏସବୁ କମ୍ପାନି ନିକଟରେ ରହିଥିବା ସଂପତ୍ତି ଏବଂ ଋଣବୋଝକୁ ବିକ୍ରି କରିବା ଏକ ବଡ଼ କାର୍ଯ୍ୟ। ଏଆଇଏଏଚ୍‌ଏଲ୍‌ରେ ‌ଗୋଟିଏ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନି, ଇଞ୍ଜିନିୟରିଂ କମ୍ପାନି ଏବଂ ଆଲାଏନ୍ସ ଏୟାର ରହିଛି। ସହଯୋଗୀ ସଂସ୍ଥାର ବିକ୍ରି ସମ୍ଭବ ହୋଇ ପାରି ନଥିଲା କାରଣ ଏଗୁଡ଼ିକ ଅତି ନିବିଡ଼ ଭାବେ ଏୟାର ଇଣ୍ଡିଆ ସହ ଜଡ଼ିତ ଥିଲା। ଏୟାର ଇଣ୍ଡିଆ ବିକ୍ରି ହୋଇ ନଥିଲେ ଅନ୍ୟ ସଂସ୍ଥା ବିକ୍ରି କରିବା କଷ୍ଟକର ହୋଇ ପଡ଼ିଥାନ୍ତା। ତେଣୁ ଏୟାର ଇଣ୍ଡିଆର ବିକ୍ରି ପରେ ଏଗୁଡ଼ିକ ବିକ୍ରି କରିବା ସହଜ ହେବ ବୋଲି ସରକାର ଆଶା ରଖିଛନ୍ତି।
ଏୟାର ଇଣ୍ଡିଆ ବିକ୍ରି ପୂର୍ବରୁ ସରକାର ୨୦୧୯ ମସିହାରେ ଏସପିଭି ଆକାରରେ ଏଆଇଏଏଚଏଲ ସ୍ଥାପନ କରିଥିଲେ।

ଏୟାର ଇଣ୍ଡିଆ ଗ୍ରୁପର ଋଣ ଏବଂ ଅଣ ପ୍ରମୁଖ ସଂପତ୍ତି ଗୁଡ଼ିକୁ ଏହା ଅଧୀନକୁ ଅଣାଯାଇଥିଲା। ଉକ୍ତ ଏସପିଭି ଅଧୀନକୁ ଏୟାର ଇଣ୍ଡିଆର ୪ଟି ସହଯୋଗୀ ସଂସ୍ଥା ଯଥା ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡ (ଏଆଇଏଟିଏସ୍‌ଏଲ୍‌), ଏୟାରଲାଇନ୍‌ ଆଲାଏଡ୍‌ ସର୍ଭିସେସ୍ ଲିମିଟେଡ (ଏଏଏସ୍‌ଏଲ), ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ (ଏଆଇଇଏସଏଲ) ଏବଂ ହୋଟେଲ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏଚସିଆଇ) ଆସିଥିଲା। ଏଥିସହିତ ପେଣ୍ଟିଂ, କଳାକୃତି ଏବଂ ଅନ୍ୟ ଅଣ ପରିଚାଳନା ସଂପତ୍ତିକୁ ଏହି ଏସପିଭିକୁ ସ୍ଥାନାନ୍ତର କରାଯାଇଥିଲା। ଅଗଷ୍ଟ ୩୧ ସୁଦ୍ଧା ଏୟାର ଇଣ୍ଡିଆର ମୋଟ ଋଣ ବୋଝ ୬୧୫୬୨ କୋଟି ଟଙ୍କା ରହିଛି। ତେଣୁ ଟାଟା ୧୫୩୦୦ କୋଟି ଟଙ୍କାର ଋଣ ବୋଝ ବହନ କରିବା ପରେ ଆଉ ୪୬୨୬୨ କୋଟି ଟଙ୍କାର ଋଣ ବୋଝ ଏଆଇଏଏଚଏଲ ନିକଟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe