ବିଏସ୍‌ଏନ୍‌ଏଲ୍‌ର ୪ଟି ନୂଆ ବ୍ରଡ୍‌ବ୍ୟାଣ୍ଡ୍‌ ପ୍ଲାନ୍‌

Advertisment
ବିଏସ୍ଏନ୍ଏଲକୁ ଆର୍ଥିକ ସଙ୍କଟରୁ ବଞ୍ଚାଇବା ଲାଗି ୭୪ ହଜାର କୋଟି ଟଙ୍କାର ବେଲ୍ ଆଉଟ୍ ପ୍ୟାକେଜ ଦେଇପାରନ୍ତି ସରକାର

ଭୁବନେଶ୍ୱର: ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ଚାରିଟି ବ୍ରଡ୍‌ବ୍ୟାଣ୍ଡ୍‌ ଯୋଜନା ବିଷୟରେ ଘୋଷଣା କରାଯାଇଛି। ତାହା ହେଉଛି ବିବିଜି କମ୍ବୋ ୪୫ ଜିବି (୯୯ ଟଙ୍କା), ୧୫୦ଜିବି (୧୯୯ ଟଙ୍କା), ୩୦୦ ଜିବି (୨୯୯ ଟଙ୍କା) ଓ ୬୦୦ ଜିବି (୪୯୧ ଟଙ୍କା)। ଏହି ସବୁ ପ୍ଲାନ୍‌ରେ ଗ୍ରାହକମାନେ ଯଥାକ୍ରମେ ଦୈନିକ ୧.୫ ଜିବି, ୫ ଜିବି, ୧୦ ଜିବି ଓ ୨୦ ଜିବି ଡାଟା ପାଇପାରିବେ। ସମସ୍ତ ପ୍ଲାନ୍‌ରେ ୨୦ ଏମ୍‌ବିପିଏସ୍‌ ଗତି ପର୍ଯ୍ୟନ୍ତ ଡାଉନ୍‌ଲୋଡ୍‌ କରିହେବ। ଏହି ସବୁ ପ୍ଲାନ୍‌ରେ ଗ୍ରାହକମାନେ ଯେକୌଣସି ନମ୍ବରକୁ ମାଗଣାରେ କଲ୍‌ କରିପାରିବେ। ନୂଆ ଲାପ୍‌ଟପ୍‌୍‌ କିମ୍ବା କମ୍ପ୍ୟୁଟର କିଣିଥିବା ଗ୍ରାହକମାନେ ରସିଦ୍‌ ଦେଖାଇ ୪୫ ଜିିବିର ବ୍ରଡ୍‌ବ୍ୟାଣ୍ଡ୍‌ ପ୍ଲାନ୍‌ ମାଗଣାରେ ପାଇପାରିବେ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସେହିପରି ବିବିଜି କମ୍ବୋ ୟୁଏଲ୍‌ଡି ୧୧୯୯ ଫାମିଲି ପ୍ଲାନ୍‌ରେ ଗ୍ରାହକମାନେ ଅସୀମିତ ଡାଟା ଡାଉନ୍‌ଲୋଡ୍‌ କରିପାରିବେ, ଯେକୌଣସି ନମ୍ବରକୁ ମାଗଣାରେ କଲ୍‌ କରିପାରିବେ ଓ ତିନିଟି ବିଏସ୍‌ଏନ୍‌ଏଲ୍‌ ସିମ୍‌ ପାଇପାରିବେ। ଯେଉଁମାନଙ୍କର ଲ୍ୟାଣ୍ଡ୍‌ଲାଇନ୍‌ ସଂଯୋଗ ରହିଛି ସେମାନଙ୍କୁ ବିନା ଶୁଳ୍କରେ ଆଉ ଗୋଟିଏ ଲ୍ୟାଣ୍ଡ୍‌ଲାଇନ୍‌ ସଂଯୋଗ ମିଳିପାରିବ। ବିଏସ୍‌ଏନ୍‌ଏଲ୍‌ର ଇଣ୍ଟରନେଟ୍‌ ଟେଲିଫୋନି ସେବା ଓ୍ଵିଙ୍ଗ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ୧୦୯୯ ଟଙ୍କା ଦେଇ ଏହି ଯୋଜନାରେ ପଞ୍ଜୀକୃତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe