ବିକ୍ରି ତାଲିକାରେ ୪ ସରକାରୀ ବ୍ୟାଙ୍କ

Advertisment
ବ୍ୟାଙ୍କ ଘରୋଇକରଣ ବୈଠକ ୧୪ରେ

www.indiatoday.in

ନୂଆଦିଲ୍ଲୀ/ମୁମ୍ବାଇ : ବ୍ୟାଙ୍କ ଘରୋଇକରଣକୁ ନେଇ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଚାରିଟି ମଧ୍ୟମ ଧରଣର ବ୍ୟାଙ୍କକୁ ଏଥିପାଇଁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ସେହି ଚାରି ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଏକ ନିର୍ଦିଷ୍ଟ ସୂତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ନିଜ ଆଡ଼ୁ କିଛି ସ୍ପଷ୍ଟ କରିନାହାନ୍ତି। ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟାରେ ବଡ଼ ବ୍ୟାଙ୍କଗୁଡ଼ିକୁ ହାତ ନମାରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପଛର ଏକ ବଡ଼ କାରଣ ହେଉଛି ସେହି ସବୁ ବ୍ୟାଙ୍କରେ ହଜାର ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯଦି ସେଗୁଡ଼ିକର ଘରୋଇକରଣ ହେବ ତେବେ ବେକାରି ସମସ୍ୟା ସୃଷ୍ଟି ହୋଇପାରେ ଯାହା ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ଜଟିଳ ପ୍ରସଙ୍ଗ। ତେଣୁ ବ୍ୟାଙ୍କ ଘରୋଇକରଣର ପ୍ରଥମ ପର୍ଯ୍ୟାୟରେ ମଧ୍ୟମ ଓ କ୍ଷୁଦ୍ର ଆକୃତିର ବ୍ୟାଙ୍କଗୁଡ଼ିକ ଉପରେ ମନୋନିବେଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦୁଇଟି ବ୍ୟାଙ୍କ ବିକ୍ରି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe