୪ ସରକାରୀ ବୀମା କମ୍ପାନିଙ୍କ କ୍ଷତି ୨୪ ହଜାର କୋଟି

ସ୍ବାସ୍ଥ୍ୟ ବୀମା କିଣିବାରେ ୪୦-୫୦ ବର୍ଷୀୟ ଆଗରେ: ଲକ୍ଷେ କୋଟି ଟପିବ ସ୍ବାସ୍ଥ୍ୟ ବୀମା ବଜାର

The Indian Express

ନୂଆଦିଲ୍ଲୀ: ୫ ବର୍ଷ ମଧ୍ୟରେ ଦେଶର ୪ଟି ସରକାରୀ ସାଧାରଣ ବୀମା କମ୍ପାନି ୨୬,୩୬୪ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୬-୧୭ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ବୀମା କମ୍ପାନିଗୁଡ଼ିକ ଏହି ପରିମାଣର କ୍ଷତି କରିଛନ୍ତି ବୋଲି ସିଏଜି ରିପୋର୍ଟରୁ ଜଣାଯାଇଛି। ମୁଖ୍ୟତଃ ସ୍ବାସ୍ଥ୍ୟ ବୀମାରେ ହେଉଥିବା କ୍ଷତି ପାଇଁ ଏଭଳି ହୋଇଛି। ସ୍ବାସ୍ଥ୍ୟବୀମାରେ ହେଉଥିବା ବିପୁଳ କ୍ଷତି ପାଇଁ ବୀମା କମ୍ପାନିଗୁଡ଼ିକ ଅନ୍ୟ ବ୍ୟବସାୟରେ କରୁଥିବା ଲାଭ ହ୍ରାସ ପାଇଛି। ଫଳରେ ଏହା କମ୍ପାନିର ମୋଟ କ୍ଷତିକୁ ବଢ଼ାଇ ଦେଉଛି। ସରକାରୀ ସାଧାରଣ ବୀମା କମ୍ପାନିଙ୍କ ସ୍ବାସ୍ଥ୍ୟ ବୀମାର ତୃତୀୟ ପକ୍ଷ ପ୍ରଶାସକ (ଟିପିଏ) ଅଡିଟ ରିପୋର୍ଟରେ ଏହା କୁହାଯାଇଛି।

ଗ୍ରୁପ ସ୍ବାସ୍ଥ୍ୟ ବୀମା ପଲିସି ବୀମା କମ୍ପାନିଙ୍କ କ୍ଷତିର ଏକ ପ୍ରମୁଖ କାରଣ ହୋଇଛି। ଏହି ବୀମା ବାବଦରେ କମ୍ପାନି କମ୍ ପ୍ରିମିୟମ ଆଦାୟ କରିଥାଏ। କିନ୍ତୁ ରିଟେଲ ପଲିସି ତୁଳନାରେ ଏ ବାବଦରେ ବୀମା କ୍ଷତିପୂରଣ ବାବଦ ଦାବି ରାଶି ବହୁ ଅଧିକ ରହୁଛି। ଏଥିସହିତ କେବଳ ସ୍ବାସ୍ଥ୍ୟ ବୀମା ସେବା ପ୍ରଦାନ କରୁଥିବା ସଂସ୍ଥା କିମ୍ବା ଘରୋଇ ବୀମା କମ୍ପାନିଙ୍କ ତୁଳନାରେ ସରକାରୀ ବୀମା କମ୍ପାନିଙ୍କ ସ୍ବାସ୍ଥ୍ୟ ବୀମାର ବଜାରଅଂଶ ମଧ୍ୟ ହ୍ରାସ ପାଉଛି। ସଂସଦରେ ଉକ୍ତ ଅଡିଟ୍‌ ରିପୋର୍ଟ ଗତ ଶୁକ୍ରବାର ଉପସ୍ଥାପନ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ୪ଟି ସରକାରୀ ସାଧାରଣ ବୀମା କମ୍ପାନି ଯଥା ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ ଏବଂ ନ୍ୟାସନାଲ ଇନସ୍ୟୁରାନ୍ସ ମଧ୍ୟ ସରକାରଙ୍କ କେତେକ ନିୟମ ପାଳନ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe