୪୦ କୋଟି ଲୋକଙ୍କ ନାହିଁ ସ୍ବାସ୍ଥ୍ୟ ବୀମା: ୬ କୋଟି ଲୋକଙ୍କ ନିଜସ୍ବ ସ୍ବାସ୍ଥ୍ୟ ବୀମା

Advertisment

ସ୍ବାସ୍ଥ୍ୟଜନିତ ବିପଦ ଏ‌ତେମାତ୍ରାରେ ବଢ଼ିଯାଇଛି ଯେ ଲୋକଙ୍କୁ ଯେକୌଣସି ସମୟରେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଆଶଙ୍କା ରହୁଛି। ବିଶେଷ କରି ଦୁର୍ଘଟଣା ଓ ସଂକ୍ରାମକ ରୋଗ ଉପରେ କାହାର ନିୟନ୍ତ୍ରଣ ନାହିଁ।

ସ୍ବାସ୍ଥ୍ୟଜନିତ ବିପଦ ଏ‌ତେମାତ୍ରାରେ ବଢ଼ିଯାଇଛି ଯେ ଲୋକଙ୍କୁ ଯେକୌଣସି ସମୟରେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଆଶଙ୍କା ରହୁଛି। ବିଶେଷ କରି ଦୁର୍ଘଟଣା ଓ ସଂକ୍ରାମକ ରୋଗ ଉପରେ କାହାର ନିୟନ୍ତ୍ରଣ ନାହିଁ।

ସ୍ୱାସ୍ଥ୍ୟବୀମା ମହଙ୍ଗା

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ବିପଦ ଏ‌ତେମାତ୍ରାରେ ବଢ଼ିଯାଇଛି ଯେ ଲୋକଙ୍କୁ ଯେକୌଣସି ସମୟରେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଆଶଙ୍କା ରହୁଛି। ବିଶେଷ କରି ଦୁର୍ଘଟଣା ଓ ସଂକ୍ରାମକ ରୋଗ ଉପରେ କାହାର ନିୟନ୍ତ୍ରଣ ନାହିଁ। କିନ୍ତୁ ଦେଶରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା କେତେ ବ୍ୟୟବହୁଳ ତାହା ଯେଉଁମାନେ ଭର୍ତ୍ତି ହୋଇଥିବେ ଜାଣିଥିବେ। ତେଣୁ ସେହି ଜରୁରୀକାଳୀନ ଖର୍ଚ୍ଚ ଲାଗି ଦେଶର ଅଧିକାଂଶ ଲୋକ ପ୍ରସ୍ତୁତ ନାହାନ୍ତି। ୪୦ କୋଟି ଲୋଙ୍କ ପାଖରେ ସେଥିପାଇଁ ବୀମା ସୁରକ୍ଷା ନାହିଁ। ମାତ୍ର ୬ କୋଟି ଲୋକଙ୍କ ନିଜସ୍ବ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ରହିଛି ବୋଲି ଏଚ୍‌ଡିଏଫ୍‌ସି ଆର୍‌ଗୋ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନିର ନିର୍ଦ୍ଦେଶକ ପାର୍ଥନୀଲ ଘୋଷ କହିଛନ୍ତି।

ସେ କହିଲେ, କୋଭିଡ୍‌ ମହାମାରୀ ପରେ ସ୍ବାସ୍ଥ୍ୟ ବୀମାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ସେଥିପାଇଁ କୋଭିଡ୍‌ ସମୟ ତୁଳନାରେ ନୂଆ ସ୍ବାସ୍ଥ୍ୟ ବୀମା ବ୍ୟବସାୟ ଦୁଇଗୁଣା ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ସେହି ଧାରା ବଜାୟ ରହିଛି। ଅଣ ଜୀବନ ବୀମା କ୍ଷେତ୍ର ୨୦୨୪ ସେପ୍ଟେମ୍ବର ସୁଦ୍ଧା ଶେଷ ୬ ମାସରେ ୭ ପ୍ରତିଶତ ହାରରେ ଆଗକୁ ବଢ଼ିଛି। କିନ୍ତୁ ଖୁଚୁରା ସ୍ବାସ୍ଥ୍ୟ ବୀମା କ୍ଷେତ୍ର ୧୮ ପ୍ରତିଶତ ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe