Advertisment

ମଡେଲ୍‌ ଡିଗ୍ରି କଲେଜ ନିର୍ମାଣରେ ୪୦ କୋଟି ବରବାଦ: ୨୮୦୮ କୋଟି ଖର୍ଚ୍ଚ କଲେ, ପାନୀୟ ଜଳ ମିଳିଲାନି

Advertisment

ଅମୃତ ଓ ବସୁଧା ଯୋଜନାର ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଏହି ଦୁଇ ଯୋଜନାରେ ୨୮୦୮ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନଥିଲା। ସେଥିପାଇଁ ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ଜାରି ରହିଥିଲା।

ଅମୃତ ଓ ବସୁଧା ଯୋଜନାର ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଏହି ଦୁଇ ଯୋଜନାରେ ୨୮୦୮ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନଥିଲା। ସେଥିପାଇଁ ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ଜାରି ରହିଥିଲା।

model degree collagecfff

Photograph: (Justdial)

ଭୁବନେଶ୍ବର: ଅମୃତ ଓ ବସୁଧା ଯୋଜନାର ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଏହି ଦୁଇ ଯୋଜନାରେ ୨୮୦୮ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନଥିଲା। ସେଥିପାଇଁ ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ଜାରି ରହିଥିଲା। ବୁର୍ଲାରେ ୯.୭୯ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ୱାଟର ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ରୁ ଖରାପ ପାଣି ବାହାରିବାରୁ ସେହି ଖର୍ଚ୍ଚ ବରବାଦ ହୋଇଥିଲା। ବ୍ରହ୍ମପୁରରେ ୧.୭୪ କୋଟି ଟଙ୍କାରେ ସ୍ଥାପନ କରାଯାଇଥିବା ସୌରଶକ୍ତି ଚାଳିତ ଜଳ ପ୍ରକଳ୍ପଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ତିନି ବର୍ଷ ପରେ ଖରାପ ହୋଇଯାଇଥିଲା। 

‌ସେହିପରି, ଏନ୍‌ଜିଓଗୁଡ଼ିକ ଦ୍ବାରା ପରିଚାଳିତ ହେଉଥିବା ସ୍ବତନ୍ତ୍ର ବିଦ୍ୟାଳୟଗୁଡ଼ିକର ଅଡିଟ୍‌ରୁ ଜଣାପଡ଼ିଥିଲା ଯେ ଦିବ୍ୟାଙ୍ଗମାନଙ୍କ ଲାଗି ଖୋଲାଯାଇଥିବା ୩୫ ପ୍ରତିଶତ ସ୍କୁଲ୍‌ର ବାଧ୍ୟତାମୂଳକ ପଞ୍ଜୀକରଣ ହୋଇନଥିଲା। ଅଧିକାଂଶ ସ୍କୁଲ୍‌ରେ ଶ୍ରେଣୀଗୃହ, ସ୍ବଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଛାତ୍ରାବାସ ଭଳି ମୌଳିକ ସୁବିଧାର ଅଭାବ ରହିଥିଲା। ବ୍ରେଲିଂ ପୁସ୍ତକ ଓ ହିୟରିଂ ଏଡ୍‌ ମଧ୍ୟ ନଥିଲା।

୨୮୦୮ କୋଟି ଖର୍ଚ୍ଚ କଲେ, ପାନୀୟ ଜଳ ମିଳିଲାନି
ରବର ଚାଷ ନାଁରେ ୧୯.୬୪ କୋଟି ହଡ଼ପ

ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅଯଥା ଖର୍ଚ୍ଚ କରାଯାଇଥିଲା। ରାଷ୍ଟ୍ରୀୟ ଉଚ୍ଚତା ଶିକ୍ଷା ଅଭିଯାନ (ରୁସା) ଅଧୀନରେ ୪୦ କୋଟି ଟଙ୍କା ବ୍ୟୟରେ ୬ଟି ମଡେଲ୍‌ ଡିଗ୍ରି କଲେଜ ନିର୍ମାଣ କରାଯାଇଥିଲା। ସ୍ଥାନ ଚୟନରେ ତ୍ରୁଟି ଯୋଗୁଁ ପାଞ୍ଚଟି କଲେଜକୁ ଦୀର୍ଘଦିନ ପକାଇ ରଖିବା ପରେ ଦକ୍ଷତା ବିକାଶ କେନ୍ଦ୍ରରେ ପରିଣତ କରାଯାଇଥିଲା। ଗୋଟିଏ କଲେଜକୁ ରାଜପଥ ନିର୍ମାଣ ପାଇଁ ଅଧିଗ୍ରହଣ କରାଯାଇଥିଲା। ସିଏଜି ଧରିଥିବା ଅନ୍ୟ ଅନିୟମିତତାଗୁଡ଼ିକ ହେଉଛି ଆଇଟିଡିଏ କପ୍ତିପଦା ୧୯.୬୪ କୋଟି ଟଙ୍କାରେ କରିଥିବା ରବର ଚାଷ ଅର୍ଥ ହଡ଼ପ ଯୋଗୁଁ ବିଫଳ ହୋଇଥିଲା। କଟକ ଉନ୍ନୟନ କର୍ତ୍ତୃପକ୍ଷ ଠିକ୍ ଭା‌ବେ ଲିଜ୍‌ କାର୍ଯ୍ୟକାରୀ କରି ନପାରିବାରୁ ୬.୪୪ କୋଟି ଟଙ୍କାର କ୍ଷତି ହୋଇଥିଲା। ଧାର୍ଯ୍ୟ ଦରଠାରୁ ଅଧିକ ଦାମ୍‌ରେ ଟିଭି ବିଜ୍ଞାପନ ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୧୨.୧୧ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe