ଏଥର ଦୀପାବଳିରେ ଚୀନକୁ ୪୦ ହଜାର କୋଟିର ଝଟକା ଦେଲା ଭାରତ

ଏଥର ଦୀପାବଳିରେ ଚୀନକୁ ୪୦ ହଜାର କୋଟିର ଝଟକା ଦେଲା ଭାରତ

photo-financial express

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଛି ସ୍ବଦେଶୀ ସାମଗ୍ରୀର ଚାହିଦା | ପର୍ବପର୍ବାଣୀରେ ଦେଶରେ ନିର୍ମିତ ସାମଗ୍ରୀର ଆଦର ବଢୁଛି | ଦୀପାବଳିରେ କିଭଳି ଥିଲା ଦେଶବାସୀଙ୍କ ମୁଡ଼, କିଭଳି ସ୍ବଦେଶୀ ସାମଗ୍ରୀ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ ସେ ବାବଦରେ ଏକ ତଥ୍ୟ ଆସିଛି | ଆଉ ଏହି ତଥ୍ୟରେ ଦର୍ଶାଯାଇଛି ଯେ ଚଳିତ ଦୀପାବଳିରେ ଦେଶରେ ପ୍ରାୟ ୭୨ ହଜାର କୋଟି ଟଙ୍କାର କାରବାର ହୋଇଛି | ଆଉ ଚୀନ ନିର୍ମିତ ସାମଗ୍ରୀ ପ୍ରତି ଲୋକଙ୍କ ଆଦର କମୁଥିବା ଯୋଗୁଁ ଚୀନକୁ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି | କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAT) ର ରାଷ୍ଟ୍ରୀୟ ସଭାପତି ବିସି ଭାରତିଆ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଦେଶର ୨୦ ଟି ସହରରୁ ସଂଗୃହିତ ରିପୋର୍ଟ ଅନୁଯାୟୀ ଦୀପାବଳି ସମୟରେ ସମଗ୍ର ଦେଶରେ ପ୍ରାୟ ୭୨ ହଜାର କୋଟି କାରବାର ହୋଇଛି |

ଆଉ ସ୍ବଦେଶୀ ପ୍ରତି ଲୋକଙ୍କ ଅଧିକ ଆଗ୍ରହ ଯୋଗୁଁ ଚୀନକୁ ସିଧାସଳଖ ପ୍ରାୟ ୪୦ ହଜାର କୋଟିର କ୍ଷତି ସହିବାକୁ ପଡିଛି | କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା, ନାଗପୁର, ରାୟପୁର, ଭୁବନେଶ୍ୱର, ରାଞ୍ଚି, ଭୋପାଳ, କାନପୁର, ନୋଏଡା, ଜାମ୍ମୁ, ଅହମ୍ମଦାବାଦ, ସୁରଟ, କୋଚିନ୍, ଜୟପୁର, ଚଣ୍ଡିଗଡ଼ ଭଳି ସହରରେ ହୋଇଥିବା ବିକ୍ରୀକୁ ଅନୁଧ୍ୟାନ କରାଯାଇଥିଲା |

ଆଉ ଭାରତରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖେଳନା, ବୈଦ୍ୟୁତିକ ଉପକରଣ, ଉପହାର ସାମଗ୍ରୀ, ବାସନ, ସୁନା ଅଳଙ୍କାର, ଜୋତା, ଘଣ୍ଟା, ଆସବାବପତ୍ର, ବସ୍ତ୍ର, ଘର ସାଜସଜ୍ଜା ସାମଗ୍ରୀ ସହ ମାଟି ଦୀପକୁ ଆଧାର ଭାବେ ନିଆଯାଇଥିଲା | ଆଉ ଚୀନ ନିର୍ମିତ ବୈଦ୍ୟୁତିକ ଉପକରଣ ସହ ପ୍ଲାଷ୍ଟିକ ଦୀପ ସେତେଟା ବିକ୍ରି ହୋଇପାରିନାହିଁ | ଯାହା ଫଳରେ ଚୀନକୁ କ୍ଷତି ସହିବାକୁ ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe