କେସ୍‌ ଲଢ଼ିବାରେ ୪୦୦ କୋଟି ଖର୍ଚ୍ଚ: କେନ୍ଦ୍ର ବିରୋଧରେ ୭ ଲକ୍ଷ ମାମଲା

ବିଭିନ୍ନ କୋର୍ଟରେ କେସ୍ ଲଢ଼ିବାରେ ଗତ ୧୦ ବର୍ଷରେ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। କେବଳ ୨୦୨୩-୨୪ରେ ସେ ବାବଦରେ ୬୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୯ କୋଟି ଟଙ୍କା ଅଧିକ ଥିଲା।

ମାଓବାଦୀଙ୍କୁ ଟଙ୍କା ଦେବା ମାମଲା: ୪ ଜଣଙ୍କ ବିରୋଧରେ ଗିରଫ ପରୱାନା

ନୂଆଦିଲ୍ଲୀ: ବିଭିନ୍ନ କୋର୍ଟରେ କେସ୍ ଲଢ଼ିବାରେ ଗତ ୧୦ ବର୍ଷରେ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। କେବଳ ୨୦୨୩-୨୪ରେ ସେ ବାବଦରେ ୬୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୯ କୋଟି ଟଙ୍କା ଅଧିକ ଥିଲା। ୨୦୧୪-୧୫ ପରଠାରୁ କେସ୍‌ ଲଢ଼ିବା ଖର୍ଚ୍ଚ ବଢ଼ିବାରେ ଲାଗିଛି। କୋଭିଡ୍ ମହାମାରୀ ଦ୍ବାରା ପ୍ରଭାବିତ ‌ଦୁଇ ଆର୍ଥିକ ବର୍ଷକୁ ବାଦ ଦେଲେ ଅନ୍ୟ ସବୁ ବର୍ଷ ଏହି ଖର୍ଚ୍ଚ ବଢ଼ିଛି। ଲୋକସଭାରେ ସରକାର ଦେଇଥିବା ସୂଚନା ଅନୁସାରେ ୨୦୧୪-୧୫ରେ ବାଦବିବାଦ ତୁଟାଇବା ଲାଗି କେସ୍ ଲଢ଼ିବାରେ ୨୬.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୫-୧୬‌ରେ ସେହି ଖର୍ଚ୍ଚ ୩୭.୪୩ କୋଟି ଟଙ୍କା ଥିଲା। ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ସରକାର ବିବାଦ ତୁଟାଇବା ଲାଗି ୪୦୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 

ଆଇନ ମନ୍ତ୍ରଣାଳୟ ରାଜ୍ୟସଭାକୁ ଦେଇଥିବା ତଥ୍ୟ ଅନୁସାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପାଖାପାଖି ୭ ଲକ୍ଷ ମାମଲା ରହିଛି। ସେଥିରୁ ପ୍ରାୟ ୨ ଲକ୍ଷ ମାମଲା ଅର୍ଥ ମନ୍ତ୍ରଣାଳୟ ବିରୋଧରେ ରହିଛି। କେସ୍‌ଗୁଡ଼ିକର ତ୍ବରିତ ସମାଧାନ ଲାଗି ଏକ ଜାତୀୟ ବିବାଦ ସମାଧାନ ନୀତି ଆଣିବା ଉପରେ ସରକାର ବିଚାର କରୁଛନ୍ତି। ତାହାର ଚିଠା ପ୍ରସ୍ତୁତ କରାଯାଉଛି, ଯାହାକୁ କ୍ୟାବିନେଟ୍‌ ବୈଠକରେ ଉପସ୍ଥାପନ କରାଯିବ। ଏହି ଚିଠାରେ ଅନେକ ବର୍ଷ ଧରି ବାରମ୍ବାର ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe