୪୦ତମ ଓଡ଼ିଶା‌ ବାଣିଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

Advertisment
୪୦ତମ ଓଡ଼ିଶା‌ ବାଣିଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର: ନିଖିଳ ଓଡ଼ିଶା ବାଣିଜ୍ୟ ସଂଘର ୪୦ତମ ଓଡ଼ିଶା ବାଣିଜ୍ୟ ସମ୍ମିଳନୀ କିଟ୍‌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରି କହିଛନ୍ତି ଯେ, ବାଣିଜ୍ୟ ଶିକ୍ଷାର ଚାରିଟି ପ୍ରମୁଖ ଉପାଦାନ ହେଉଛି ପରିଚାଳନା, ସମ୍ପର୍କ, ରୂପାନ୍ତରଣ ପ୍ରକ୍ରିୟା ଓ ନେତୃତ୍ବ ଦକ୍ଷତାର ବିକାଶ। ବିଶ୍ବର ୯୦ ପ୍ରତିଶତ ବ୍ୟବସାୟ ଏହି ଚାରିଟି ଉପାଦାନ ଉପରେ ପର୍ଯ୍ୟବେସିତ। ମହାତ୍ମା ଗାନ୍ଧୀ କହିଥିବା ସାତଟି ସାମାଜିକ ବିଲକ୍ଷଣ ବିଷୟରେ ‌ସେ କହି‌ଲେ, ନୀତି ବିହୀନ ରାଜନୀତି, କାର୍ଯ୍ୟବିହୀନ ସମ୍ପତ୍ତି, ବିବେକ ହୀନ ସୁଖ, ମାନବିକତା ବିହୀନ ବିଜ୍ଞାନ, ଚରିତ୍ର ବିହୀନ ଜ୍ଞାନ, ତ୍ୟାଗ ବିହୀନ ଧର୍ମ ଓ ନୀତି ବିହୀନ ବ୍ୟବସାୟୀ ମୂଲ୍ୟହୀନ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଛନ୍ତି ଯେ, ସହରାଞ୍ଚଳଗୁଡ଼ିକରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ବାଣିଜ୍ୟ ଶିକ୍ଷା ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଗ୍ରାମାଞ୍ଚଳଗୁଡ଼ିକରେ ହ୍ରାସ ପାଉଛି। ଏହି ସ୍ଥିତିରେ ଉନ୍ନତି ଆଣିବା ଲାଗି ବାଣିଜ୍ୟ ଶିକ୍ଷାରେ କାର୍ଯ୍ୟରତ ପ୍ରଫେସରମାନେ ଉଦ୍ୟମ କରିବା ଉଚିତ ବୋଲି ସେ କହିଛନ୍ତି। ଏହି ଅବସରରେ କିଟ୍‌ ବିଶ୍ବବିଦ୍ୟାଳୟର ଉପ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ନିଖିଳ ଓଡ଼ିଶା ବାଣିଜ୍ୟ ସଂଘର ସଭାପତି ପ୍ରଫେସର ପ୍ରବୋଧ କୁମାର ହୋତା, ସମ୍ପାଦକ ମେଜର ଡ. ଏସ୍‌ ଏ ତାହିର, ଆୟୋଜନ କମିଟିର ସମ୍ପାଦକ ପ୍ରଫେସର ଜୟନ୍ତ ପରିଡ଼ା, ଓଡ଼ିଶା ବାଣିଜ୍ୟ ଜର୍ଣ୍ଣାଲର ପରିଚାଳନା ସମ୍ପାଦକ ପ୍ରଫେସର ମଳୟ କୁମାର ମହାନ୍ତି ଉପସ୍ଥିତ ଥିଲେ। ବାଣିଜ୍ୟ ଶିକ୍ଷା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବା ପ୍ରଫେସରମାନଙ୍କ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe