News18 telugu News
ନୂଆଦିଲ୍ଲୀ: ପୁଞ୍ଜିନିବେଶ ଲାଗି ରାଜ୍ୟଗୁଡ଼ିକ ହାତରେ ପାଣ୍ଠି ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ ୧୬ଟି ରାଜ୍ୟକୁ ୫୬,୪୧୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ମଞ୍ଜୁର କରିଛନ୍ତି। ସେଥିରୁ ଓଡ଼ିଶାକୁ ୪,୫୨୮ କୋଟି ଟଙ୍କା ମିଳିଛି। ପୁଞ୍ଜିନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ଯୋଜନା ୨୦୨୩-୨୪ ଅଧୀନରେ ଏହି ସହାୟତା ଦିଆଯାଇଛି। ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକ୍ତି, ସଡ଼କ, ସେତୁ ଓ ରେଳ ଆଦି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଜଳ ଜୀବନ ମିସନ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟ ଭାଗ ପୂରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ପ୍ରଦାନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ରେ ଏହି ସ୍ବତନ୍ତ୍ର ଯୋଜନା ଘୋଷଣା କରାଯାଇଥିଲା। ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧ ମୁକ୍ତ ଋଣ ଆକାରରେ ସ୍ବତନ୍ତ୍ର ସହାୟତା ଯୋଗାଇ ଦିଆଯାଉଛି।
Follow Us