ଅକ୍ଟୋବରରେ ୪୫୯୨ କୋଟି ଜିଏସ୍‌ଟି: ଦେଶରେ ୧.୮୭ ଲକ୍ଷ କୋଟି ସଂଗ୍ରହ

ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ ୪୫୯୨ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି। ଏହା ୨୦୨୩ ଅକ୍ଟୋବରରେ ସଂଗ୍ରହ ହୋଇଥିବା ୪୧୭୭ କୋଟି ଟଙ୍କା ଜିଏସ୍‌ଟି ତୁଳନାରେ ୧୦ ପ୍ରତିଶତ ଅଧିକ।

ଶସ୍ତା ହେବ ସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ

ଭୁବନେଶ୍ବର/ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ ୪୫୯୨ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି। ଏହା ୨୦୨୩ ଅକ୍ଟୋବରରେ ସଂଗ୍ରହ ହୋଇଥିବା ୪୧୭୭ କୋଟି ଟଙ୍କା ଜିଏସ୍‌ଟି ତୁଳନାରେ ୧୦ ପ୍ରତିଶତ ଅଧିକ। ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ୪୫୯୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା ଯାହା ଅକ୍ଟୋବର ତଥ୍ୟ ତୁଳନାରେ ସାମାନ୍ୟ ଅଧିକ। ସର୍ବଭାରତୀୟ ସ୍ତରରେ ଏହି ମାସରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ରାଜ୍ୟଗୁଡ଼ିକର ଜିଏସ୍‌ଟି ସଂଗ୍ରହ ଉପରେ ନଜର ପକାଇଲେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ସବୁ ରାଜ୍ୟରେ ଧାରା ଅଲଗା ଅଲଗା ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଜିଏସ୍‌ଟି ସଂଗ୍ରହରେ ସର୍ବାଧିକ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କେରଳରେ ୨୦ ପ୍ରତିଶତ ଓ ହରିୟାଣାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। 

ଚଳିତ ବର୍ଷର ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ଜିଏସ୍‌ଟି ସଂଗ୍ରହ ପରିମାଣ ୧୨.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ୨୦୨୩ର ସମାନ ସମୟରେ କରାଯାଇଥିବା ୧୧.୬୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ତୁଳନାରେ ୯.୪ ପ୍ରତିଶତ ଅଧିକ। ଜିଏସ୍‌ଟି ସଂଗ୍ରହରୁ ଗୋଟିଏ କଥା ଜଣାପଡ଼ିଛି ଯେ ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ଉତ୍ସାହଜନକ ରହିଛି। ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍)ରେ ମାସିକ ହାରାହାରି ୧.୮୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଦ୍ବିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର) ମଧ୍ୟରେ ହାରାହାରି ମାସିକ ସଂଗ୍ରହ ୧.୭୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe