ଓଡ଼ିଶାରେ ୪୫୯୬ କୋଟି ଜିଏସ୍‌ଟି ସଂଗ୍ରହ: ଦେଶରେ ୧.୭୩ ଲକ୍ଷ କୋଟି

Advertisment

ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୫୯୬ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ ହୋଇଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୫୯୬ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ ହୋଇଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ମେ ମାସରେ ୧.୭୩ ଲକ୍ଷ କୋଟି ଜିଏସ୍‌ଟି ଆଦାୟ

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୫୯୬ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ ହୋଇଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ୨୦୨୩ ସେପ୍ଟେମ୍ବରରେ ହୋଇଥିବା ୪୨୪୯ କୋଟି ଟଙ୍କା ସଂଗ୍ରହ ତୁଳନାରେ ରାଜ୍ୟରେ ଏଥର ୮ ପ୍ରତିଶତ ଅଧିକ ରାଜସ୍ବ ଆଦାୟ ହୋଇଛି।

ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନଜର ପକାଇବା ପରେ ଜଣାପଡ଼ିଛି ଯେ ଉତ୍ତରାଖଣ୍ଡ, ହରିୟାଣା, ଆସାମ ଓ ଦିଲ୍ଲୀରେ ଜିଏସ୍‌ଟି ସଂଗ୍ରହରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଘଟିଛି। ଅଧିକାଂଶ ବଡ଼ ରାଜ୍ୟରେ ଜିଏସ୍‌ଟି ସଂଗ୍ରହରେ ବୃଦ୍ଧି ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ସୀମିତ ରହିଯାଇଛି। ମଣିପୁରରେ ଜିଏସ୍‌ଟି ସଂଗ୍ରହ ୩୩ ପ୍ରତିଶତ ହ୍ରାସ ପାଇଥିବା ବେଳେ ଛତିଶଗଡ଼ରେ ତିନି ପ୍ରତିଶତ ଓ ଆନ୍ଧ୍ରପ୍ରଦେଶରେ ୪ ପ୍ରତିଶତ ହ୍ରାସ ପାଇଛି।

‌ସରକାରଙ୍କ ତଥ୍ୟକୁ ବିଶ୍ଳେଷଣ କରିବା ପରେ ଜଣାପଡ଼ିଛି ଯେ ଚଳିତ ବର୍ଷ ଏପ୍ରିଲ୍‌ ୨୪ରୁ ସେ‌ପ୍ଟେମ୍ବର ୨୪ ମଧ୍ୟରେ ଓଡ଼ିଶାରେ ୭୫୬୭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୯୦୮୯ ‌କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୮୭୪୬ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୪୯୧୩ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି। ଏହି ସମୟ ଭିତରେ  ମୋଟ୍ ଉପରେ ୩୦,୩୧୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି ଯାହା ଗତବର୍ଷର ସେହି ସମୟରେ ହୋଇଥିବା ସଂଗ୍ରହ ତୁଳନାରେ ୧୩.୫ ପ୍ରତିଶତ ଅଧିକ। ଓଡ଼ିଶାରେ ହୋଇଥିବା ଜିଏସ୍‌ଟି ସଂଗ୍ରହରୁ କେନ୍ଦ୍ରୀୟ ସଂସ୍ଥା ୧୩,୦୨୧ କୋଟି ଟଙ୍କା ଏବଂ ରାଜ୍ୟ ସଂସ୍ଥା ୧୭,୨୯୫ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe