ବ୍ୟାଙ୍କରେ ଜମା ୪,୬୦,୫୧୮ କୋଟି

ବ୍ୟାଙ୍କରେ ଜମା ୪,୬୦,୫୧୮ କୋଟି

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ସମ୍ବାଦ ସେମିନାର ସିରିଜ୍‌’ର ପ୍ରଥମ ସଂସ୍କରଣକୁ ଚଳିତ ମାସ ୨୭ ତାରିଖରେ ଭୁବନେଶ୍ବରରେ ଆୟୋଜନ କରାଯିବ। ଯେଉଁଥିରେ ବ୍ୟାଙ୍କ ଶିଳ୍ପର ବିଶିଷ୍ଟ ନେତୃବୃନ୍ଦ ଓ ଚିନ୍ତାନାୟକମାନେ ‘ବ୍ୟାଙ୍କିଙ୍ଗ୍‌ ଓ ଫାଇନାନ୍ସ’ ବିଷୟବସ୍ତୁ ଉପରେ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ଏଠାରେ ରାଜ୍ୟର ବ୍ୟାଙ୍କ ଶିଳ୍ପ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସଂଗ୍ରହ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କଗୁଡ଼ିକରେ ୪,୬୦,୫୧୮.୧୧ କୋଟି ଟଙ୍କାର ଜମାରାଶି ରହିଛି। ସରକାରୀ ବ୍ୟାଙ୍କଗୁଡ଼ିକରେ ୩,୧୧,୯୫୮.୫୧ କୋଟି ଟଙ୍କା, ଘରୋଇ ବ୍ୟାଙ୍କରେ, ୯୮,୦୭୦.୪୦ କୋଟି ଟଙ୍କା, ଗ୍ରାମ୍ୟ ବ୍ୟାଙ୍କରେ ୨୩,୩୪୩.୧୮ କୋଟି ଟଙ୍କା, ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୧୭୧୨.୮୦ କୋଟି ଟଙ୍କା ଓ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକରେ ୨୫,୪୨୨.୧୧ କୋଟି ଟଙ୍କାର ଜମା ରାଶି ରହିଛି। ରାଜ୍ୟରେ ଥିବା ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ସର୍ବାଧିକ ୧,୬୪,୭୩୭.୪୪ କୋଟି ଟଙ୍କାର ଜମାରାଶି ରହିଛି। ଏହା ବ୍ୟତୀତ ୟୁନିୟନ୍ ବ୍ୟାଙ୍କରେ ୨୮,୧୯୪ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ୨୨,୪୭୨.୮୧ କୋଟି ଟଙ୍କା, ୟୁକୋ ବ୍ୟାଙ୍କରେ ୨୦,୬୧୦ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧୮,୪୫୭ କୋଟି ଟଙ୍କା ଓ ଇଣ୍ଡିଆନ୍ ବ୍ୟାଙ୍କରେ ୧୫,୮୩୮.୨୪ କୋଟି ଟଙ୍କାର ଜମାରାଶି ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୨୫,୪୪୨.୪୬ କୋଟି ଟଙ୍କା, ଆକ୍ସିସ୍ ବ୍ୟାଙ୍କରେ ୨୫,୩୨୯.୪୬ କୋଟି ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କରେ ୨୩,୨୩୭.୫୨ କୋଟି ଟଙ୍କା, ବନ୍ଧନ ବ୍ୟାଙ୍କରେ ୩୪୭୧.୧୮ କୋଟି ଟଙ୍କା, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କରେ ୫୨୦୪.୦୫ କୋଟି ଟଙ୍କା ଓ ୟେସ୍ ବ୍ୟାଙ୍କରେ ୧୫୮୯ କୋଟି ଟଙ୍କାର ଜମା ରାଶି ରହିଛି।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଯଥାକ୍ରମେ ୧୫,୨୯୭.୮୧ କୋଟି ଟଙ୍କା ଓ ୮୦୪୬.୩୭ କୋଟି ଟଙ୍କାର ଜମାରାଶି ରହିଛି। ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ସର୍ବାଧିକ ୭୮୩ କୋଟି ଟଙ୍କା ଥିବା ବେଳେ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୩୪୦.୬୧ କୋଟି ଟଙ୍କା, ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୨୬୦.୩୪ କୋଟି ଟଙ୍କା ଓ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୨୬୫.୫୯ କୋଟି ଟଙ୍କାର ଜମାରାଶି ରହିଛି। ଓଡ଼ିଶା ରାଜ୍ୟ କୋଅପରେଟିଭ୍ ବ୍ୟାଙ୍କରେ ୨୫,୪୩୩.୨୨ କୋଟି ଟଙ୍କା ଜମା ରାଶି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe