ନୂଆଦିଲ୍ଲୀ: ପଞ୍ଚମ ପିଢ଼ିର ମୋବାଇଲ୍ ସେବା ଖୁବ୍ଶୀଘ୍ର ଭାରତରେ ଉପଲବ୍ଧ ହେବ। ବର୍ତ୍ତମାନ ଦେଶରେ ୩ଜି ଓ ୪ଜିର ଯୁଗ ଚାଲିଛି। ୩ଜି ପ୍ରାୟ ବନ୍ଦ ହେବାକୁ ବସିଥିବା ବେଳେ ବହୁଳ ଭାବେ ୪ଜିର ବ୍ୟବହାର ହେଉଛି। ମୁକେଶଙ୍କ କଂପାନି ରିଲାଏନ୍ସ ଜିଓର ଆଗମନ ପରେ ଦେଶରେ ୪ଜି ବିପ୍ଳବ ଆରମ୍ଭ ହୋଇଥିଲା। ଆଉ କିଛି ମାସ ପରେ ଲୋକମାନେ ଏହା ଠାରୁ ଆହୁରି ଉନ୍ନତ ମୋବାଇଲ୍ ସେବା ପାଇବେ। ତାହା ହେଉଛି ୫ଜି। ଏଥିରେ ଅତି ଦ୍ରୁତ ଗତିରେ ଇଣ୍ଟରନେଟ୍ ମିଳିବ। ଆସନ୍ତା ଅକ୍ଟୋବରରେ ଦେଶରେ ଉଭୟ ୪ଜି ଓ ୫ଜି ସ୍ପେକ୍ଟ୍ରମ ନିଲାମ କରିବାକୁ ସରକାର ସଜବାଜ ହେଉଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଚଳିତ ବର୍ଷ ଆମେ ସ୍ପେକ୍ଟ୍ରମର ବଡ଼ ଧରଣର ନିଲାମ କରିବୁ। ଏଥି ସହିତ ଆଗାମୀ ୧୦୦ ଦିନରେ ୫ଜିର ପରୀକ୍ଷଣ ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ସମାଜର ଅବହେଳିତ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କ ପାଖରେ ଏହି ସେବା ପହଞ୍ଚାଇବାକୁ ଉଦ୍ୟମ କରାଯିବ। ସାମାଜିକ କଲ୍ୟାଣ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହାକୁ ବ୍ୟବହାର କରାଯିବ। ଗ୍ରାମାଞ୍ଚଳର ଲୋକମାନେ ଯେଭଳି ଏହି ସୁବିଧା ଅନ୍ୟମାନଙ୍କ ଭଳି ପାଇବେ ତାହାକୁ ନିଶ୍ଚିତ କରାଯିବ।
୧୦୦ ଦିନରେ ହେବ ୫ଜି ପରୀକ୍ଷଣ
Advertisment
Follow Us