କରୋନାରେ ମୃତ୍ୟୁ ହେଲେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମିଳିବ ୫ ଲକ୍ଷ

୭୯ ଟପିଲା ପେଟ୍ରୋଲ: ଶନିବାର ପେଟ୍ରୋଲ ୫୨ ପଇସା, ଡିଜେଲ ୬୦ ପଇସା ବଢ଼ିଲା

Image Source: Hindustan Times

ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପ ଏବଂ ତୈଳ ଟ୍ୟାଙ୍କରରେ କାମ କରୁଥିବା କର୍ମଚାରୀମାନଙ୍କର କରୋନାରେ ମୃତ୍ୟୁ ହେଲେ ସହାୟତା ଆକାରରେ ୫ ଲକ୍ଷ ଟଙ୍କା ମିଳିବ। ତେଲ କମ୍ପାନି ବିପିସିଏଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୂର୍ବରୁ ବିପିସିଏଲ ସମେତ ଅନ୍ୟ ତେଲ କମ୍ପାନି ଗୁଡ଼ିକ ଏଲ୍‌ପିଜି ବିତରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଥିବାବେଳେ ଏବେ ପେଟ୍ରୋଲ ପମ୍ପ ଏବଂ ତୈଳ ଟ୍ୟାଙ୍କର କର୍ମଚାରୀଙ୍କ ପାଇଁ ଏହି ସହାୟତା ଘୋଷଣା ହୋଇଛି। କରୋନା ମହାମାରୀ ସମୟରେ ଏହି କର୍ମଚାରୀମା‌ନେ ଜୀବନକୁ ବାଜି ଲଗାଇ କାମ କରୁଥିବାରୁ ସେମାନଙ୍କୁ ସହାୟତା ଦେବା ପାଇଁ ବିପିସିଏଲ୍‌ ଆଗେଇ ଆସିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe