‌ଫେରିଗଲାଣି ୫୦% ୨୦୦୦ ଟଙ୍କିଆ

Advertisment
୨୦୦୦ ଟଙ୍କିଆ ପାଇଁ ବଜାରରେ ନଗଦ କମିଲା

The Statesman

ମୁମ୍ବାଇ: ଦେଶରେ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୩.୬୨ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୧.୮ ଲକ୍ଷ କୋଟି ଟଙ୍କା ଫେରିଆସିଲାଣି। ମେ’ରୁ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଲୋକମାନେ ବ୍ୟାଙ୍କରେ ଥରକେ ୧୦ଟି ୨୦୦୦ ଟଙ୍କିଆ ଜମା କରିବା ସୁବିଧା ଥିବାବେଳେ ଆକାଉଣ୍ଟରେ ‌ଜମା କରିବା ପାଇଁ କୌଣସି କଟକଣା ନାହିଁ। ବିଭିନ୍ନ ବ୍ୟାଙ୍କ ଉକ୍ତ ଟଙ୍କା ବଦଳ ଏବଂ ଜମା ସଂପର୍କରେ ଗ୍ରାହକଙ୍କ ଠାରୁ ସୂଚନା ସଂଗ୍ରହ କରାଯାଉଥିବା ଅଭିଯୋଗ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କିଂ ବ୍ୟବସ୍ଥାକୁ ଯେତିକି ୨୦୦୦ ଟଙ୍କିଆ ଫେରିଛି ସେଥିରେ ୮୦% ଆକାଉଣ୍ଟରେ ଜମା ହୋଇଥିବାବେଳେ ୨୦% ବଦଳ ଆକାରରେ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe