ହତାଧୁଆ ବିଶୋଧକ ଉତ୍ପାଦନ, ୫୦୦ରୁ ଅଧିକ କମ୍ପାନିକୁ ଅନୁମତି

ହତାଧୁଆ ବିଶୋଧକ ଉତ୍ପାଦନ, ୫୦୦ରୁ ଅଧିକ କମ୍ପାନିକୁ ଅନୁମତି

Hand Washing, using sanitizing gel

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକ୍‌ଡାଉନ୍‌ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦିନକୁ ଦିନ ହାତଧୁଆ ବିଶୋଧକର ବହୁଳ ବ୍ୟବହାର ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅଧୀନ ଅବକାରୀ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲ୍ଲାପାଳମାନଙ୍କୁ ସାନିଟାଇଜର ପାଇଁ ଆବଶ୍ୟକ ଇଥାନଲ ଉପରେ କଟକଣାକୁ ଉଠାଇଦେବା ପାଇଁ ପରାମର୍ଶ ଦିଆଯାଇଛି। ବିଶୋଧନାଗାର ଓ ଚିନିକଳ, ଯେଉଁମାନେ କି ଅଧିକ ସାନିଟାଇଜର ପ୍ରସ୍ତୁତ କରିପାରିବେ ସେମାନଙ୍କୁ ଏଗୁଡିକର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଅଧିକରୁ ଅଧିକ ସାନିଟାଇଜର ପ୍ରସ୍ତୁତି ପାଇଁ ଏହି ପ୍ରସ୍ତୁତକାରୀ ପ୍ରକଳ୍ପଗୁଡିକୁ ଅହୋରାତ୍ର କାର୍ଯ୍ୟ କରିବାକୁ କୁହାଯାଇଛି। ଏବେସୁଦ୍ଧା ୪୫ଟି ବିଶୋଧନାଗାର ଓ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆହୁରି ଅଧିକ ୫୫ଟି ବିଶୋଧନାଗାରକୁ ଦିନେ ଦୁଇଦିନ ମଧ୍ୟରେ ଏଥିପାଇଁ ଅନୁମତି ପ୍ରଦାନ କରାଯିବ। ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ପ୍ରସ୍ତୁତକାରୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କ ମଧ୍ୟରୁ କେତେକ ଏହାର ପ୍ରସ୍ତୁତିରେ ଲାଗିଯାଇଥିବା ବେଳେ ଆଉ କେତେକ ସପ୍ତାହକ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବାରୁ ହସ୍ପିଟାଲ ଓ ଖାଉଟିମାନଙ୍କ ପାଇଁ ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ହେବ। ସାଧାରଣ ଲୋକ ଓ ହସ୍ପିଟାଲଗୁଡିକ ଯେପରି ସୁଲଭ ମୂଲ୍ୟରେ ସାନିଟାଇଜର ପାଇପାରିବେ ସେଥିପାଇଁ ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ୨୦୦ ମିଲିଲିଟର ଯୁକ୍ତ ଏକ ବୋତଲ ସାନିଟାଇଜର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe