ବିଆଇଏସ୍‌ ହଲ୍‌ମାର୍କ ପାଇଁ ୫୦୦୦ ଜୁଏଲର୍ସ ପଞ୍ଜୀକୃତ: ୯୮୦ ସଂସ୍ଥାକୁ ‘ଆଇଏସ୍‌ଆଇ’ ଚିହ୍ନ ଲାଇସେନ୍ସ

Advertisment

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌) ପକ୍ଷରୁ ରାଜ୍ୟରେ ୯୮୦ ସଂସ୍ଥାଙ୍କୁ ଆଇଏସ୍‌ଆଇ ଚିହ୍ନ ବ୍ୟବହାର କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଇସ୍ପାତ, ଆଲୁମିନିୟମ, ସିମେଣ୍ଟ, ପିଭିସି ପାଇପ୍‌, ପେଭର ବ୍ଲକ୍, ପାଣି ପ୍ୟାକେଜିଂ, ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌, ଏଲ୍‌ପିଜି...

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌) ପକ୍ଷରୁ ରାଜ୍ୟରେ ୯୮୦ ସଂସ୍ଥାଙ୍କୁ ଆଇଏସ୍‌ଆଇ ଚିହ୍ନ ବ୍ୟବହାର କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଇସ୍ପାତ, ଆଲୁମିନିୟମ, ସିମେଣ୍ଟ, ପିଭିସି ପାଇପ୍‌, ପେଭର ବ୍ଲକ୍, ପାଣି ପ୍ୟାକେଜିଂ, ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌, ଏଲ୍‌ପିଜି...

gdgdjgdjg

ଭୁବନେଶ୍ବର: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌) ପକ୍ଷରୁ ରାଜ୍ୟରେ ୯୮୦ ସଂସ୍ଥାଙ୍କୁ ଆଇଏସ୍‌ଆଇ ଚିହ୍ନ ବ୍ୟବହାର କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଇସ୍ପାତ, ଆଲୁମିନିୟମ, ସିମେଣ୍ଟ, ପିଭିସି ପାଇପ୍‌, ପେଭର ବ୍ଲକ୍, ପାଣି ପ୍ୟାକେଜିଂ, ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌, ଏଲ୍‌ପିଜି ସିଲିଣ୍ଡର୍‌ ଓ ପ୍ରେସର୍‌ କୁକର୍‌ ଆଦି ତିଆରି କରୁଥିବା ସଂସ୍ଥାମାନଙ୍କୁ ଏହି ଲାଇସେନ୍ସ ଦିଆଯାଇଛି ବୋଲି ବିଆଇଏସ୍‌ର ବରିଷ୍ଠ ନିର୍ଦ୍ଦେଶକ ଏ କେ ପୁରୋହିତ କହିଛନ୍ତି। ବିଆଇଏସ୍ ହଲ୍‌ମାର୍କ ପାଇଁ ରାଜ୍ୟର ୫୦୦୦ ପାଖାପାଖି ଜୁଏଲର୍ସ ପଞ୍ଜୀକୃତ ହୋଇଥିବା ସେ ସୂଚନା ଦେଇଛନ୍ତି। 

ସେ କହିଛନ୍ତି ଯେ ସବୁ ଗ୍ରାହକମାନଙ୍କ ପାଖରେ ଗୁଣାତ୍ମକ ଉତ୍ପାଦ ପହଞ୍ଚୁ ବୋଲି ବିଆଇଏସ୍‌ ଚାହୁଛି। ସେଥିପାଇଁ ୬୦୦ ପାଖାପାଖି ଉତ୍ପାଦ ଲାଗି ଗୁଣାତ୍ମକ ଚିହ୍ନ ବାଧ୍ୟତାମୂଳକ କରାଯାଇଛି। ଆହୁରି ବହୁ ଉତ୍ପାଦକୁ ଏହି ଧାରାରେ ସାମିଲ କରିବା ଲାଗି ଉଦ୍ୟମ ଜାରି ରହିଛି। ଓଡ଼ିଶାରେ ପ୍ରତି ଜିଲ୍ଲା ଓ ବ୍ଲକ୍ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଲୋକମାନଙ୍କୁ ଗୁଣାତ୍ମକ ମାନ ବିଷୟରେ ସ‌ଚେତନ କରାଯାଉଛି। ବିଶେଷ କରି ସ‌ିମେଣ୍ଟ, ବାଲି, ଇଟା, ପେଭର୍ସ ବ୍ଲକ୍ ଆଦିର ଗୁଣାତ୍ମକ ମାନ ସନ୍ତୋଷଜନକ ନା ନାହିଁ ତାହା ଜାଣିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ବିଭିନ୍ନ ଉତ୍ପାଦର ମାନକ ନିର୍ଧାରଣ କରିବାରେ ସହଯୋଗ କରିବା ଲାଗି ବିଆଇଏସ୍‌ ପକ୍ଷରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି ରାଉରକେଲା, ବିପିୟୁଟି ଆଦି ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।

ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ମାନକ ବିଷୟରେ ସଚେତନ କରିବା ଲାଗି ରାଜ୍ୟରେ ୧୮୦ରୁ ଅଧିକ ‘ମାନକ କ୍ଲବ୍‌’ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଉତ୍ପାଦର ଗୁଣାତ୍ମକ ମାନ ସହ ସାଲିସ କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିୟମରେ ଥିବା ବ୍ୟବସ୍ଥା ଅନୁସାରେ ବର୍ଷକୁ ପ୍ରାୟ ୧୦୦ ଲାଇସେନ୍ସକୁ ବାତିଲ କରାଯାଉଥିବା ଶ୍ରୀ ପୁରୋହିତ କହିଛନ୍ତି। କିନ୍ତୁ ସେହି କାର୍ଯ୍ୟାନୁଷ୍ଠାନ ସାମୟିକ ଅବଧି ଲାଗି ଗ୍ରହଣ କରାଯାଉଛି। ଲାଇସେନ୍ସ ରଦ୍ଦ କରିବା ଭଳି କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଯେଉଁ ମାମଲାରେ ଉଲ୍ଲଂଘନର ମାତ୍ରା ଅଧିକ ଜଣାପଡ଼େ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉଛି। ରାଜ୍ୟରେ ସେଭଳି ୨୦ରୁ ଅଧିକ ମାମଲା ଚାଲିଥିବା‌ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe