ପଞ୍ଜାବ କୃଷକ ଆନ୍ଦୋଳନ ପାଇଁ ବାତିଲ ହୋଇଛି ୫୦୦୦ ଟ୍ରେନ

Advertisment
ବିନା ଡ୍ରାଇଭରରେ ‌ଚାଲିବ ଟ୍ରେନ୍‌

YouTube

ନୂଆଦିଲ୍ଲୀ: କୃଷି ବିଲ୍‌କୁ ବିରୋଧ କରି ଦୀର୍ଘ ପ୍ରାୟ ୫୦ ଦିନ ହେଲା ପଞ୍ଜାବର କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। କୃଷକମାନଙ୍କ ଏହି ଆନ୍ଦୋଳନ ଯୋଗୁ ୫ ହଜାରରୁ ଅଧିକ ଟ୍ରେନ ବାତିଲ ହୋଇଛି। ଏଥିରେ ୧୯୮୭ଟି ଯାତ୍ରୀବାହୀ ଟ୍ରେନ୍ ଥିବା‌ବେଳେ ୩୦୯୦ଟି ମାଲବାହୀ ଟ୍ରେନ୍ ରହିଛି। ଟ୍ରେନ୍ ସେବା ବ୍ୟାହତ ହେବା ଯୋଗୁ ମାଲ ପରିବହନ ଏବଂ ଯାତ୍ରୀ ସେବା ଗୁରୁତର ପ୍ରଭାବିତ ହୋଇଛି। ବିବାଦୀୟ ବିଲ୍‌କୁ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି। ୩୦୯୦ଟି ମାଲବାହୀ ଟ୍ରେନ୍ ବାତିଲ ହେବା କାରଣରୁ ରେଳବାଇକୁ ପ୍ରାୟ ୧୬୭୦ କୋଟି ଟଙ୍କାର କ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ରେଳବାଇକୁ ୧୯୮୭ଟି ଯାତ୍ରୀବାହୀ ଟ୍ରେନକୁ ଅଧାବାଟରେ ଅଟକାଯାଇଛି, ବାତିଲ କରାଯାଇଛି ଏବଂ ଅନ୍ୟ ବାଟେ ନିଆଯାଇଛି ବୋଲି ରେଳ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe