ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଜୁନ୍ ମାସ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ୟୁକୋ ବ୍ୟାଙ୍କ ୫୫୧ କୋଟି ଟଙ୍କାର ନିଟ୍ ଲାଭ କରିଛି। ପୂର୍ବବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ତାହା ୧୪୭.୦୯ ପ୍ରତିଶତ ଅଧିକ। ଏହି ସମୟରେ ବ୍ୟାଙ୍କର ମୋଟ୍ ବ୍ୟବସାୟ ୧୧.୪୬ ପ୍ରତିଶତ ବୃଦ୍ଧି ପାଇ ୪,୬୧,୪୦୮ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ମୋଟ୍ ଜମା ପରିମାଣ ୭.୩୯ ପ୍ରତିଶତ ବୃଦ୍ଧି ପାଇ ୨,୬୮,୧୫୫ କୋଟି ଟଙ୍କାରେ ପହଞ୍ଚିଛି । ଘରୋଇ ସଞ୍ଚୟ ଜମା ୫.୪୭ ପ୍ରତିଶତ ବୃଦ୍ଧି ପାଇ ୮୬୨୯୦ କୋଟି ଟଙ୍କା ହୋଇଥିବା ବେଳେ ଚଳନ୍ତୀ ଜମା ୨୨.୭୯ ପ୍ରତିଶତ ବୃଦ୍ଧି ପାଇ ୧୨,୦୭୪ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ଅଗ୍ରିମ ୧୭.୬୪ ପ୍ରତିଶତ ବୃଦ୍ଧି ପାଇ ୧,୯୩,୨୫୩ କୋଟି ଟଙ୍କା ହୋଇଛି। ମୋଟ୍ ଏନ୍ପିଏ ୩.୩୨ ପ୍ରତିଶତଓ ନିଟ୍ ଏନ୍ପିଏ ୦.୭୮ ପ୍ରତିଶତକୁ ହ୍ରାସ ପାଇଛି। ବ୍ୟାଙ୍କର କାର୍ଯ୍ୟକାରୀ ଲାଭ ୯.୮୧ ପ୍ରତିଶତ ବୃଦ୍ଧି ପାଇ ୧୩୨୧ କୋଟି ଟଙ୍କା ହୋଇଥିବା ବେଳେ ମୋଟ୍ ସୁଧ ଆୟ ୧୨.୨୦ ପ୍ରତିଶତ ବୃଦ୍ଧି ପାଇ ୨୨୫୪ କୋଟି ଟଙ୍କା ହୋଇଛି।
ୟୁକୋ ବ୍ୟାଙ୍କ୍ର ୫୫୧ କୋଟି ଲାଭ
Advertisment
Follow Us