୫୬ ନୂଆ ସିଏନ୍‌ଜି‌ ଷ୍ଟେସନ ଲୋକାର୍ପିତ, ୫ କୋଟି ଘରକୁ ପାଇପ୍ ଜରିଆରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟ

୫୬ ନୂଆ ସିଏନ୍‌ଜି‌ ଷ୍ଟେସନ ଲୋକାର୍ପିତ, ୫ କୋଟି ଘରକୁ ପାଇପ୍ ଜରିଆରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୬ଟି ନୂଆ ସିଏନ୍‌ଜି ଷ୍ଟେସନର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି, ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି। ଦେଶର ୫ କୋଟି ଘରକୁ ପାଇପ୍ ଜରିଆରେ ଗ୍ୟାସ୍‌ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହିପରି ସ୍ବର୍ଣ୍ଣ ଚର୍ତୁଭୂଜରେ ୧୦୦ ଏଲ୍‌ଏନ୍‌ଜି ଷ୍ଟେସନ ପ୍ରତିଷ୍ଠା କରିବା ଯୋଜନା ରହିିଛି। ଏହା ସହ ସାରା ଦେଶରେ ୫୦୦୦ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌ ପ୍ଲାଣ୍ଟ୍‌ ସ୍ଥାପନ କରିବା ଦିଗରେ ଦେଶ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି।

ବର୍ତ୍ତମାନ ପ୍ରାକୃତିକ ଗ୍ୟାସ୍‌ର ଭାଗ ୬.୩ ପ୍ରତିଶତ ରହିଥିବା ବେଳେ ୨୦୩୦ ସୁଦ୍ଧା ତାହାକୁ ୧୫%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶରେ ୧୭ ହଜାର କିମି ଲମ୍ବା ଗ୍ୟାସ୍‌ ପାଇପ୍‌ଲାଇନ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପରିବେଶ ମିତବ୍ୟୟୀ ଇନ୍ଧନ ଉପଲବ୍ଧ କରାଇବା ଲାଗି ସିଜିଡି ନେଟ୍‌ୱର୍କର ସମ୍ପ୍ରସାରଣ କରାଯାଉଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଚୀନ୍ ଓ ଆମେରିକା ପରେ ଜନସଂଖ୍ୟା ଆଧାରରେ ଭାରତ ହେଉଛି ତୃତୀୟ ସର୍ବବୃହତ ଶକ୍ତି ବ୍ୟବହାର କରୁଥିବା ଦେଶ। ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରଦୂଷଣ ହ୍ରାସ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଶକ୍ତି ବ୍ୟବସାୟ ପାଇଁ ନୀତିରେ ସଂସ୍କାର ଅଣାଯାଇଛି। ମାର୍କେଟିଂ କଂପାନିଗୁଡ଼ିକର ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe