ଏନ୍‌ଏମ୍‌ଡିସିର ୫୬୩୨ କୋଟି ଲାଭ

ଏନ୍‌ଏମ୍‌ଡିସିର ୫୬୩୨ କୋଟି ଲାଭ

ହାଇଦ୍ରାବାଦ: ଦେଶର ଅଗ୍ରଣୀ ଲୁହାପଥର କମ୍ପାନି ଏନ୍ଏମ୍‌ଡିସି ୨୦୨୩-୨୪ ଆର୍ଥିକ ବର୍ଷରେ ୫୬୩୨ କୋଟି ଟଙ୍କାର ଲାଭ କରିଛି ଯାହା ପୂର୍ବବର୍ଷର ୫୫୨୯ କୋଟି ଟଙ୍କା ଲାଭ ତୁଳନାରେ ୨ ପ୍ରତିଶତ ଅଧିକ। କମ୍ପାନିର ମୋଟ ଉତ୍ପାଦନ ୪୫.୦୨ ନିୟୁତ ଟନ୍ ହୋଇଥିବା ବେଳେ ଏହା ୪୪.୪୮ ନିୟୁତ ଟନ୍ ଲୁହାପଥର ବିକ୍ରି କରିଛି। ଉତ୍ପାଦନ ଓ ବିକ୍ରିରେ କମ୍ପାନି ଯଥାକ୍ରମେ ୧୦ ପ୍ରତିଶତ ଓ ୧୬ ପ୍ରତିଶତ ବୃଦ୍ଧି ହାସଲ କରିଛି। ପ୍ରଥମ ଲୁହାପଥର କମ୍ପାନି ଭାବେ ଏନ୍‌ଏମ୍‌ଡିସି ଗୋଟିଏ ବର୍ଷରେ ୪୫ ନିୟୁତ ଟନ୍‌ରୁ ଅଧିକ ଉତ୍ପାଦନର ମାଇଲଖୁଣ୍ଟ ହାସଲ କରିଛି। ଏନ୍‌ଏମ୍‌ଡିସିର ରାଜସ୍ବ ଏହି ସମୟରେ ୨୧,୨୯୪ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ୧୭,୬୬୭ କୋଟି ଟଙ୍କା ତୁଳନାରେ ୨୧ ପ୍ରତିଶତ ଅଧିକ।

ଏନ୍‌ଏମ୍‌ଡିସିର ସିଏମ୍‌ଡି ଅମିତାଭ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡ ବୈଠକରେ ଆର୍ଥିକ ଫଳାଫଳ ମଞ୍ଜୁର କରାଯାଇଛି। ଏହି ଅବସରରେ ସେ କହିଛନ୍ତି ଯେ ୪୫ ନିୟୁତ ଟନ୍‌ରୁ ଅଧିକ ଉତ୍ପାଦନ ଭାରତୀୟ ଖଣି ଶିଳ୍ପ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ସ‌ହଯୋଗ ପ୍ରଦାନ କରିବା‌ରେ ଆମ ଭୂମିକାକୁ ଏହା ଦର୍ଶାଉଛି। ବିଶ୍ବ ଅର୍ଥନୀତି ଏବେ ଯୋଗାଣ ଶୃଙ୍ଖଳ ସମସ୍ୟା, ଅସ୍ଥିର ସାମଗ୍ରୀ ମୂଲ୍ୟ ଓ ପରିବେଶ ଚିନ୍ତା ଆଦି ସମସ୍ୟା ଦେଇ ଗତି କରୁଥିବା ବେଳେ ସ୍ଥାୟୀ ଅଭ୍ୟାସ, ପ୍ରଯୁକ୍ତିରେ ନୂତନତା ଆଣିବା ଏବଂ ଅଂଶୀଦାରମାନଙ୍କ ସହ ଯୋଡ଼ି ହୋଇରହିବା ଉପରେ ଏନ୍‌ଏମ୍‌ଡିସି ଧ୍ୟାନ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe