ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ‌୫୬୪ କୋଟିର ଅନୁଦାନ

Advertisment
ଫେବ୍ରୁଆରି ୧ରୁ ପଦୋନ୍ନତି ଅଦାଲତ

Sambad English

ନୂଆଦିଲ୍ଲୀ: ଓଡ଼ିଶାର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ବାବଦରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୫୬୪.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ରାଶି ଗତ ୧୫ ତାରିଖରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ପଠାଯାଇଛି। କେବଳ ସେତିକି ନୁହେଁ, ଓଡ଼ିଶା ସମେତ ଦେଶର ୨୮ଟି ରାଜ୍ୟ ପାଇଁ ଅନୁଦାନ ବାବଦରେ ୧୫୧୮୭.୫୦ କୋଟି ଟଙ୍କା ଅନୁଦାନ ଆକାରରେ ଦିଆଯାଇଛି। ଏହି ରାଶି ୨୮ଟି ରାଜ୍ୟର ୨.୬୩ ଲକ୍ଷ ପଞ୍ଚାୟତିରାଜ ସଂସ୍ଥା ପାଇଁ ଉଦ୍ଦିଷ୍ଟ।

ପଞ୍ଚଦଶ ଅର୍ଥ ଆୟୋଗ ଦ୍ବାରା ଅନୁବନ୍ଧିତ ଅନୁଦାନ ରୂପେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅନୁଦାନ ପ୍ରଦାନ ଲାଗି କରାଯାଇଥିବା ସୁପାରିସର ଏହା ଅଂଶବିଶେଷ। ଏସବୁ ଅନୁଦାନ ପରିମଳ, ପାନୀୟ ଜଳ ଯୋଗାଣ, ବର୍ଷାଜଳ ସଂଚୟ ଏବଂ ଜଳର ପୁନଃଚକ୍ରୀକରଣ ଆଦି କାର୍ଯ୍ୟରେ ବିନିଯୋଗ କରାଯିବ। ଏନେଇ ଆର୍ଥିକ ଅନୁଦାନ ପାଇଁ କେନ୍ଦ୍ର ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ସୁପାରିସ କରାଯାଇଥିଲା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି।‌ ତେଣୁ ଏଭଳି ସମୟରେ ଆର୍ଥିକ ଅନୁଦାନ ପ୍ରଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ପ୍ରଦାନ ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଦ୍ବାରା ସର୍ବାଧିକ ୬୦,୭୫୦ କୋଟି ଟଙ୍କା ସୁପାରିସ କରାଯାଇଛି। ଅର୍ଥ ଆୟୋଗ ଦ୍ବାରା ସୁପାରିସ କରାଯାଇଥିବା ଅନୁଦାନ ମଧ୍ୟରୁ ପ୍ରଥମ କିସ୍ତିରେ ଉତ୍ତର ପ୍ରଦେଶକୁ ସର୍ବାଧିକ ୨୪୩୮ କୋଟି ଟଙ୍କା, ମହାରାଷ୍ଟ୍ରକୁ ୧୪୫୬.୭୫ କୋଟି ଟଙ୍କା, ବିହାରକୁ ୧୨୫୪.୫୦ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୧୧୦୩ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୯୯୬ କୋଟି ଟଙ୍କା, ରାଜସ୍ଥାନକୁ ୯୬୫.୫୦ କୋଟି ଟଙ୍କା, ତାମିଲନାଡ଼ୁକୁ ୯୦୧.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe