ଓଡ଼ିଶାରେ ୫୭୪ କିମି ବେଳାଭୂମି: ପ୍ରାୟ ୯୬ କିମି ବଢ଼ିଛି, ନୂଆ ପଦ୍ଧତିରେ ହିସାବ

Advertisment

ସାରା ଦେଶରେ ବେଳାଭୂମିର ଦୈର୍ଘ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ସର୍କୁଲାର ଅନୁଯାୟୀ ଦେଶରେ ବେଳାଭୂମି ୩୫୩୭.୨୧ କିଲୋମିଟର ବଢ଼ି ୧୧,୦୯୮.୮୧ କିମି ହୋଇଛି।

ସାରା ଦେଶରେ ବେଳାଭୂମିର ଦୈର୍ଘ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ସର୍କୁଲାର ଅନୁଯାୟୀ ଦେଶରେ ବେଳାଭୂମି ୩୫୩୭.୨୧ କିଲୋମିଟର ବଢ଼ି ୧୧,୦୯୮.୮୧ କିମି ହୋଇଛି।

ddgdcvcv

ଭୁବନେଶ୍ବର: ସାରା ଦେଶରେ ବେଳାଭୂମିର ଦୈର୍ଘ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ସର୍କୁଲାର ଅନୁଯାୟୀ ଦେଶରେ ବେଳାଭୂମି ୩୫୩୭.୨୧ କିଲୋମିଟର ବଢ଼ି ୧୧,୦୯୮.୮୧ କିମି ହୋଇଛି। ନୂଆ ପଦ୍ଧତିରେ ହିସାବ କରାଯିବା ପରେ ବେଳାଭୂମିର ଲମ୍ବ ବଢ଼ିଛି। ଓଡ଼ିଶାରେ ୫୭୪.୭୧ କିମିର ସୁଦୀର୍ଘ ବେଳାଭୂମି ଥିବା ଏଥିରେ ଉଲ୍ଲେଖ କରାଯାଇଛି। ପୂର୍ବ ହିସାବ ଅନୁସାରେ ରାଜ୍ୟର ବେଳାଭୂମି ଲମ୍ବ ୪୮୦ କିମି ଥିଲା। 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହିସାବ ଅନୁସାରେ ୧୯୭୦ ପରଠାରୁ ଦେଶର ବେଳାଭୂମିର ଲମ୍ବ ୭୫୬୧ କିମି ରହିଥିଲା। ବେଳାଭୂମି କେତେ ଲମ୍ବା ତାହା ମାପିବା ଲାଗି ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ୨୦୧୯ରେ ‌ସେହି ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରେ ଓଡ଼ିଶାର ବେଳାଭୂମି ୫୭୪.୭ କିମିକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଥିଲା। ଏହା ପୂର୍ବ ହିସାବ ୪୭୬.୪ କିମି ତୁଳନାରେ ୯୬ କିଲୋମିଟର ଅଧିକ। ଏବେ ଜାହାଜ ମନ୍ତ୍ରଣାଳୟ ସମାନ ତଥ୍ୟ ଜାରି କରିଥିବାରୁ ରାଜ୍ୟରେ ବେଳାଭୂମିର ଲମ୍ବ ବୃଦ୍ଧି ହୋଇଥିବା ସ୍ପଷ୍ଟ ହୋଇଛି। ନିକଟରେ ଜାହଜା ମନ୍ତ୍ରଣାଳୟ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଆଣ୍ଡାମାନ ଓ ନିକୋବରରେ ସର୍ବାଧିକ ୩୦୮୩ କିମିର ବେଳାଭୂମି ରହିଛି।

ଏହା ପଛକୁ ଥିବା ଗୁଜରାଟରେ ୨୩୪୦.୬୨ କିମି, ତାମିଲନାଡ଼ୁରେ ୧୦୬୮.୬୯ କିମି, ଆନ୍ଧ୍ରପ୍ରଦେଶରେ ୧୦୫୩.୦୭ କିମି, ମହାରାଷ୍ଟ୍ର‌ରେ ବେଳାଭୂମି ଲମ୍ବ ୮୭୭.୯୭ କିମି, ପଶ୍ଚିମବଙ୍ଗରେ ୭୨୧.୦୨ କିମି, କେରଳରେ ୬୦୦.୧୫ କିମି, କର୍ଣ୍ଣାଟକରେ ୩୪୩.୩୦ କିମି, ଗୋଆରେ ୧୯୩.୯୭ କିମି, ଲକ୍ଷାଦ୍ବୀପ‌ରେ ୧୪୪.୮୦ କିମି, ଡାମନ ଓ ଡିଉରେ ୫୪.୩୮ କିମି ଓ ପଣ୍ଡିଚେରିରେ ୪୨.୬୫ କିମି ବେଳାଭୂମି ରହିଛି। ଉପକୂଳ ଯେକୌଣସି ରାଜ୍ୟର ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଛି। ବନ୍ଦର ନିର୍ମାଣଠାରୁ ଆରମ୍ଭ କରି ପର୍ଯ୍ୟଟନ ଓ ଶିଳ୍ପ ବିକାଶରେ ତାହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିବେଶକମାନଙ୍କ ସମ୍ମୁଖରେ ରାଜ୍ୟରେ ଥିବା ସମ୍ଭାବନାକୁ ଉପସ୍ଥାପନ କରିବା ବେଳେ କେତେ ଦୀର୍ଘ ବେଳାଭୂମି ରହିଛି ତାହା ଉଲ୍ଲେଖ କରାଯାଇଥାଏ। ଓଡ଼ିଶାରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର ନିର୍ମାଣ କରାଯାଇଥିବା ବେଳେ ବାଲେଶ୍ବର‌ରେ ସୁବର୍ଣ୍ଣରେଖା ଓ ଇଞ୍ଚୁଡ଼ି ଏବଂ ଗଞ୍ଜାମର ବାହୁଦାଠାରେ ନୂଆ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା ରଖିଛନ୍ତି। ଇଞ୍ଚୁଡ଼ି ଓ ବାହୁଦାରେ ନୂଆ ବନ୍ଦର ନିର୍ମାଣକୁ ସରକାର ଅନୁମୋଦନ ଦେଇଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟ ସରକାର ବନ୍ଦର ଜରିଆରେ ହେଉଥିବା ମାଲ୍ ପରିବହନ କ୍ଷମତାକୁ ୫୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ନୂତନ ବନ୍ଦରଗୁଡ଼ିକ ସେହି ଲକ୍ଷ୍ୟ ହାସଲରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe