ସେନ୍‌ସେକ୍ସ ଖସିଲା ୮୦୬ ପଏଣ୍ଟ୍‌, ଦୁଇ ଦିନରେ ହରାଇଲେ ୫ ଲକ୍ଷ କୋଟି

Advertisment
ସେନ୍‌ସେକ୍ସ ଖସିଲା ୮୦୬ ପଏଣ୍ଟ୍‌, ଦୁଇ ଦିନରେ ହରାଇଲେ ୫ ଲକ୍ଷ କୋଟି

ମୁମ୍ବାଇ: ତେଲ ଦର ଷ୍ଟକ ବଜାର ନିବେଶକମାନଙ୍କ ନିଜ ହଜାଇ ଦେଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୮୬ ଡଲାର ଟପିଯିବା ପରେ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେଇଛନ୍ତି। ଫଳରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ୮୦୬ ପଏଣ୍ଟ୍‌ ହ୍ରାସ ପାଇ ୩୫,୧୬୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତକାଲି ସେନ୍‌ସେକ୍ସ ୫୫୧ ପଏଣ୍ଟ୍‌ ହ୍ରାସ ପାଇଥିଲା। ଦୁଇ ଦିନ ଭିତରେ ସେ‌ନ୍‌ସେକ୍ସରେ ୧୩୫୭ ପଏଣ୍ଟ୍‌ ହ୍ରାସ ହୋଇଛି। ଏହାର ପ୍ରଭାବରେ ନିବେଶକମା‌େନ ଏହି ଦୁଇ ଦିନରେ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଗତ ଏକ ମାସ ଭିତରେ ନିବେଶକମାନେ ୧୯ ଲକ୍ଷ କୋଟି ଟଙ୍କା ଷ୍ଟକ ବଜାରରେ ହରାଇସାରିଲେଣି। ସେନ୍‌ସେକ୍ସ ଇତିହାସରେ ଆଜି ନବମ ବଡ଼ ଧରଣର ହ୍ରାସ ହୋଇଥିଲା। ଆଜି ଷ୍ଟକ ବଜାରରେ କାରବାର ଆରମ୍ଭ ହେବା କ୍ଷଣି ସେନ୍‌ସେକ୍ସ ୬୦୦ ପଏଣ୍ଟ୍‌ ତଳକୁ ଖସିଯାଇଥିଲା ଓ ଏହା ପରେ ହ୍ରାସର ମାତ୍ରା ବଢ଼ିଥିଲା। ତେବେ ଏହି ହ୍ରାସର ଧାରା କେବେ ବନ୍ଦ ହେବ ତାହା କେହି ଆକଳନ କରିପାରୁନାହାନ୍ତି। ନିବେଶକମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି।

ହ୍ରାସର କାରଣ
ଅଶୋଧିତ ତେଲ ଦର ୮୬ ଡଲାର ଟପିବା
ଏକ ଡଲାର ମୂଲ୍ୟ ୭୩ ଟଙ୍କା ୮୧ ପଇସା ହେବ‌ା
ବିତ୍ତୀୟ ନିଅଣ୍ଟ ଆହୁରି ବଢ଼ିବା ଆଶଙ୍କା
ଆର୍ଥିକ ବଜାରରେ ନଗଦ ଅଭାବ ଚିନ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe