୫ଜି ସ୍ପେକ୍ଟ୍ରମ୍ ନିଲାମରୁ ଦେଢ଼ ଲକ୍ଷ କୋଟି

Advertisment
୫ଜି ସ୍ପେକ୍ଟ୍ରମ ନିଲାମ : ପ୍ରଥମ କିସ୍ତି ବାବଦରେ ୧୭,୮୭୫ କୋଟି ପ୍ରଦାନ କଲେ ଟେଲିକମ କମ୍ପାନି

91mobiles.com

ନୂଆଦିଲ୍ଲୀ : ୟୁପି (ଇଷ୍ଟ୍‌) ଟେଲିକମ୍ ସର୍କଲ୍‌କୁ ନେଇ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଥିବାରୁ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇପାରୁନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ବିଡ୍‌ ହାସଲ କରିସାରିଲେଣି। ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସ୍ପେକ୍ଟ୍ରମ୍ ପାଇବା ଲାଗି ରିଲାଏନ୍ସ ଜିଓ ଓ ଏୟାରଟେଲ୍ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ମଧ୍ୟ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହୋଇଛନ୍ତି। ଏଥର ୭୦୦ ମେଗାହର୍ଚ ବ୍ୟାଣ୍ଡ୍‌କୁ ନେଇ କଂପାନିଗୁଡ଼ିକ ଅଧିକ ଆଗ୍ରହ ଦେଖାଇଛନ୍ତି। ତେବେ ୟୁପି (ଇଷ୍ଟ୍‌) ସର୍କଲ୍ ପାଇଁ ୧୮୦୦ ମେଗାହର୍ଚରେ ଅଧିକ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ‌‌ସେଥିପାଇଁ ନିଲାମ ପ୍ରକ୍ରିୟା‌ ଆଉ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe