ଜୁନ୍‌ ପ୍ରାରମ୍ଭରେ ୭.୫ ଲକ୍ଷ କୋଟି ଟଙ୍କାର ‘୫ଜି ସ୍ପେକ୍ଟ୍ରମ୍‌ ନିଲାମ’: ଟେଲି ଯୋଗାଯୋଗ ମନ୍ତ୍ରୀ

ଜୁନ୍‌ ପ୍ରାରମ୍ଭରେ ୭.୫ ଲକ୍ଷ କୋଟି ଟଙ୍କାର ‘୫ଜି ସ୍ପେକ୍ଟ୍ରମ୍‌ ନିଲାମ’: ଟେଲି ଯୋଗାଯୋଗ ମନ୍ତ୍ରୀ

Image Courtesy of NDTV

ନୂଆଦିଲ୍ଲୀ: ଜୁନ୍‌ ପ୍ରାରମ୍ଭରେ ସରକାର ‘୫ଜି ସ୍ପେକ୍ଟ୍ରମ୍‌’ ନିଲାମ କରାଇବାର ସମ୍ଭାବନା ଅଛି ବୋଲି ଆଜି ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ଅନୁସାରେ ଟେଲି ଯୋଗାଯୋଗ ବିଭାଗ କାମ କରୁଛି ଏବଂ ସ୍ପେକ୍ଟ୍ରମ୍‌ ଦର ଧାର୍ଯ୍ୟ ସହ ସମ୍ପୃକ୍ତ ଶିଳ୍ପଗୁଡ଼ିକର ସମସ୍ୟା ପୁନଃସମାଧାନ ନିମନ୍ତେ ପ୍ରକ୍ରିୟା ଚାଲିଛି।

ସ୍ପେକ୍ଟ୍ରମ୍‌ ନିଲାମ ପାଇଁ ନିର୍ଦ୍ଧାରିତ ସମୟ ସୂଚୀ ବିଷୟରେ ପଚାରା ଯିବାରୁ ବୈଷ୍ଣବ କହିଲେ ଯେ, ଜୁନ୍‌ ପ୍ରାରମ୍ଭରେ ନିଲାମ ହେବ ବୋଲି ଆଶା କରାଯାଉଛି।

‘୫ଜି’ ସର୍ଭିସ୍‌ ପ୍ରଚଳନ କରିବା ନିମନ୍ତେ ବ୍ୟବସ୍ଥା କରି ଟେଲି ଯୋଗାଯୋଗ ରେଗୁଲେଟର୍‌ ‘ଟ୍ରାଇ’ ୭.୫ ଲକ୍ଷ କୋଟି ଟଙ୍କାର ନିଲାମ ଡାକିବା ପାଇଁ ଯୋଜନା କରିଛି। ନିର୍ଦ୍ଧାରିତ ସମୟରେ ନିଲାମ କରାଯିବ ବୋଲି ଆମେ ପ୍ରାୟ ନିଶ୍ଚିତ ବୋଲି ବୈଷ୍ଣବ କହିଛନ୍ତି।

publive-image Image Courtesy of The Economic Times

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଟାଇ’ର ଅନୁମୋଦନ ଉପରେ ‘ଡିଜିଟାଲ୍‌ କମ୍ୟୁନିକେସନ୍‌ସ୍‌ କମିସନ୍‌’ ନିଷ୍ପତ୍ତି ନେବା ସହ ସେମାନଙ୍କୁ ସ୍ପଷ୍ଟୀକରଣ ମାଗିବ।

୧ ଲକ୍ଷ ମେଗାହର୍ଜର ଏହି ସ୍ପେକ୍ଟ୍ରମ୍‌ ପାଇଁ  ‘ଡିଜିଟାଲ୍‌ କମ୍ୟୁନିକେସନ୍‌ କମିସନ୍’ ୭.୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ନିଲାମ ପାଇଁ ସୁପାରିସ କରିଛି। ସରକାର ନିଲାମଧାରୀଙ୍କୁ ୩୦ ବର୍ଷ ପାଇଁ ଆବଣ୍ଟନ ଦେଇପାରନ୍ତି।

ଯଦି ୨୦ ବର୍ଷ ପାଇଁ ଆବଣ୍ଟନ କରାଯାଏ ତେବେ ପ୍ରସ୍ତାବିତ ସ୍ପେକ୍ଟ୍ରମ୍‌ ନିଲାମର ଦର ୫.୦୭ ଲକ୍ଷ କୋଟି ଟଙ୍କା ହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe