୫ଜି ପ୍ରଯୁକ୍ତିର କମାଲ୍‌: ଦିଲ୍ଲୀରେ ରହି ‌ସ୍ବିଡେନରେ କାର୍‌ ଚଳାଇଲେ ମୋଦୀ

୫ଜି ପ୍ରଯୁକ୍ତିର କମାଲ୍‌: ଦିଲ୍ଲୀରେ ରହି ‌ସ୍ବିଡେନରେ କାର୍‌ ଚଳାଇଲେ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଜି ସେବା ଶୁଭାରମ୍ଭ କରିବା ସହ ଉକ୍ତ ପ୍ରଯୁକ୍ତିର ଅନୁଭୂତି ନେଇଛନ୍ତି। ଦିଲ୍ଲୀରେ ରହି ମୋଦୀ ସ୍ବିଡେନରେ ଥିବା କାର୍‌ ଚଳାଇଛନ୍ତି। ଏରିକସନ କମ୍ପାନିର ‌ଷ୍ଟଲରୁ ମୋଦୀ ଏହି କାର୍‌ ଚଳାଇଛନ୍ତି। ସ୍ବିଡେନରେ ଥିବା ଉକ୍ତ ଅଟୋମେଟେଡ ଗାଇଡେଡ ଭେଇକିଲ୍‌ (ଏଜିଭି)କୁ ମୋଦୀ ଭର୍ଚୁଆଲ ମୋଡ୍‌ରେ ଚଳାଇବାରେ ସକ୍ଷମ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଅଟୋନୋମସ ମୋବାଇଲ ରୋବଟ୍‌ (ଏଏମଆର) ତୁଳନାରେ ଅଟୋମେଟେଡ ଗାଇଡେଡ ଭେଇକିଲ (ଏଜିଭି) ଭିନ୍ନ। ଏଜିଭି ହେଉଛି ଏକ ପୋର୍ଟେବଲ ରୋବର୍ଟ ଯାହାକି ଗୋଟିଏ ସ୍ଥାନରେ ଚିହ୍ନଟ ହୋଇଥିବା ଧାଡ଼ିରେ ଚାଲିଥାଏ। ଏହାକୁ ଚଳାଇବା ପାଇଁ ରେଡିଓ ୱେଭ, ଭିଜନ କ୍ୟାମେରା, ମ୍ୟା‌ଗନେଟ ଓ ଲେଜର ଆଦିର ଉପଯୋଗ ହୋଇଥାଏ। ବିଶେଷକରି ଶିଳ୍ପ କ୍ଷେତ୍ରରେ ଏହି ଗାଡ଼ିର ପ୍ରୟୋଗ ଦେଖିବାକୁ ମିଳିଥାଏ। ବଡ଼ ଶିଳ୍ପାନୁଷ୍ଠାନ, ଗୋଦାମ କିମ୍ବା କାରଖାନାରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଅତ୍ୟଧିକ ଓଜନ ବିଶିଷ୍ଟ ସାମଗ୍ରୀ ପରିବହନ ପାଇଁ ଏଭଳି ଗାଡ଼ିର ବ୍ୟବହାର ହୋଇଥାଏ। ପ୍ରଧାନମନ୍ତ୍ରୀ ଉକ୍ତ ଗାଡ଼ିକୁ ଆଗପଛ କରିବା ସହ ଚଳାଇବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe